୧୦ ହଜାର ଲାଞ୍ଚ ନେଇ ଫିରିଙ୍ଗିଆ ଜେଇ ଭିଜିଲାନ୍ସ ଜାଲରେ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଜୁନିଅର ଇଞ୍ଜିନିୟର ଅଶୋକ ପାଢୀ ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି l
ଭିଜିଲାନ୍ସ ବିଭାଗ ପକ୍ଷରୁ ଯାହା ସୂଚନା ରହିଛି ଏକ ଯାତ୍ରୀ ବିଶ୍ରାମଗାର ତିଆରି କରିବା ନିମନ୍ତେ ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ସରକାରୀ ଧାର୍ଯ୍ୟ ଥିବାବେଳେ ସେଥିରୁ ଠିକାଦାର ଜଣଙ୍କ ଦୁଇ ଲକ୍ଷ ୪୪ ହଜାର ବିଲ ବାବଦରେ ପାଇଛନ୍ତି l ବାକି ୫୬ ହଜାର ଟଙ୍କାର ଫାଇନାଲ ବିଲ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ତାଙ୍କ କ୍ୱାଟରରେ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଫଳରେ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ l ଅଭିଯୋଗ ପରେ ଭିଜିଲାନ୍ସ ଟିମର ପୂର୍ବ ପ୍ରସ୍ତୁତି ପ୍ରକାରେ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ ଲାଞ୍ଚ ଗ୍ରହଣ କରୁଥିବା ଦଶ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା l କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କର ଗିରଫ ସହିତ ଏକାଥରେ ତାଙ୍କର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି, ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ସ୍ଥାନ ଚଢ଼ାଉ ସମୟରେ କଣ ବ୍ୟାଜ୍ୟାପ୍ତି କରାଯାଇ ପାରିଛି କି ନାହିଁ, ସଠିକ ତଥ୍ୟ ଆମର ହସ୍ତ ଗତ ହୋଇ ପାରିନାହିଁ l ଏ ନେଇ ଭିଜିଲାନ୍ସ ବିଭାଗ କେଶ ନଂ ୧୯/୨୦୨୪ 7PC  ବିଏନଏସ ଆକ୍ଟ ୨୦୧୮ ପ୍ରକାରେ ଦୁର୍ନୀତିରେ ଜଡିତ ଅପରାଧିକ ମାମଲାରେ ଅଭିଯୁକ୍ତ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ଏଚ କେ ମହାନ୍ତି ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.