ଜାତୀୟସ୍ତରରେ ପାଳନ ହେବ ଡ.ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ

add-all

ଭୁବନେଶ୍ବର: ଜାତୀୟ ସ୍ତରରେ ପାଳନ ହେବ ଉତ୍କଳ କେଶରୀ ଡକ୍କର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ। ଡ.ମହତାବଙ୍କ ଜୟନ୍ତୀକୁ ଜାତୀୟ ସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହ୍ୟଣ୍ଡେଲ୍‌ରେ ଟ୍ବିଟ କରି ଲେଖିଛନ୍ତି ଯେ ଭାରତ ସରକାରଙ୍କ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସ୍ତରରେ ପାଳନ କରାଯିବା ନେଇ ନିଷ୍କତ୍ତି ନିଆଯାଇଛି। ଓଡ଼ିଆ ଅସ୍ମିତା ପାଇଁ ଏହି ମହାନ ଜାତୀୟ ଜନନାୟକଙ୍କ ନିମନ୍ତେ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.