ଆଇନ୍‌ମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କମିଟି ମହାସଂଘ

add-all

ଭୁବନେଶ୍ବର: ଯାତ୍ରା ଅନୁଷ୍ଠାନ ଲାଗି ସ୍ୱତନ୍ତ୍ର ନିୟମ ଆଣିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରାଇଥିବା ଏବଂ ଯାତ୍ରାରେ ଅଶ୍ଳୀଳତା, ଦ୍ୱିର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ମଧ୍ୟ ଦାବିପତ୍ର ପ୍ରଦାନ କରିଛି ସଂଘ। ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଳୀଳତାରେ ଅଙ୍କୁଶ ଲଗା ଯାଇପାରିବ ବୋଲି ସଂଘ କହିଛି।
ସେପଟେ ଯାତ୍ରାରେ କୌଣସି ପ୍ରକାର ଅପସଂସ୍କୃତିକୁ ପ୍ରଶୟ ଦିଆଯିବ ନାହିଁ। ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସୂଚନାରୁ ପ୍ରକାଶ, ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ଅନେକ ସମୟରେ ହଙ୍ଗମା ହେଉଛି। ଏହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥିତି ବିଗୁଡ଼ୁଥିବା ଦେଖି ଆଇନ୍‌ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ଆଇନ ଆସିବ ବୋଲି ମନ୍ତ୍ରୀ କହିଥିଲେ। ଏହା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତର୍କବିତର୍କ। ‘ଯାତ୍ରା କଳାକାର ଓ କର୍ମଚlରୀ ସଂଘ ଓଡ଼ିଶା’ ଏବଂ ‘ରାଜ୍ୟ କଳାକାର ମହାସଂଘ’ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

ad-week
Leave A Reply

Your email address will not be published.