ଲୋକଙ୍କ ଘର ଦ୍ବାରରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା: ଆଇନ ମନ୍ତ୍ରୀ

add-all

ଭୁବନେଶ୍ବର: ଲୋକଙ୍କ ଘର ଦ୍ବାରରେ ନ୍ୟାୟ ବ୍ୟବସ୍ଥା ପହଞ୍ଚିବ । ରାଜ୍ୟ ସରକାର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି। ତାପରେ ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲିବ।

ଏଥିରେ ମଧ୍ୟସ୍ଥତା ମାଧ୍ୟମରେ ମାମଲା ସମାଧାନ କରାଯିବ। ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ। ଆଇନ ବ୍ୟବସ୍ଥା ଉପରେ ଚାପ ମଧ୍ୟ କମିବ। ‌

ଏହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ। ଭାରତୀୟ ନ୍ୟାୟ ସଂହିତା ଜାଗୃତି କରଣ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। 

ad-week
Leave A Reply

Your email address will not be published.