ଗୋପାଳପୁରରେ ଧୂମାଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ

add-all

ବ୍ରହ୍ମପୁର :ଚଳିତ ବର୍ଷ ଗୋପାଳପୁରରେ ଧୂମଧାମରେ ପାଳିତ ହେବ ବଇତ ବନ୍ଧାଣ ଉତ୍ସବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ। ଓଡ଼ିଆ ଗର୍ବ ଗୌରବ ଗାଥାର ସ୍ମରଣକୁ ଉଜ୍ଜୀବିତ ରଖିବା ପାଇଁ ଏଭଳି କରାଯିବ।ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଜିଲ୍ଲାପାଳ, ବିଧାୟକଙ୍କ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. ଚଳିତ ମାସ 15 ତାରିଖରେ କାର୍ତ୍ତିକ ପୁର୍ଣିମା ଅବସରରେ ବିଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ ହେବ. ଧୁମଧାମରେ ପାଳନ କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା।ଏହି ଉତ୍ସବ ରେ ଗଞ୍ଜାମ ଜିଲ୍ଲା ସଂକୃତି, ପାରମ୍ପରିକ ନୃତ୍ୟକୁ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.