ଟିମନପୁର ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି

add-all

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ଆବାସିକ ଆଶ୍ରମ ସ୍କୁଲରେ ବିଗତ ୦୪/୧୧ ସୋମବାର ରୁ ଧନୁର୍ଜୟ ଗଣ୍ଡ (୧୨) ବର୍ଷ ପେଟ ବ୍ୟଥା ଓ ଝାଡ଼ା ବାନ୍ତିର ସୂଚନା ତାଙ୍କର ପିତା ବିଷ୍ଣୁ ଗଣ୍ଡଙ୍କୁ ଫୋନ ଯୋଗେ ଜଣାଇଥିଲେ ହେଲେ ବିଷ୍ଣୁ ଗଣ୍ଡ ଏହାକୁ ବେଶୀ ଗୁରୁତ୍ୱ ନ ଦେଇ ନିଜ ଘର କାମରେ ବ୍ୟସ୍ତ ଥିଲେ। ଆଜି ଅଚାନକ ପୁଅ ରାଇଘର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡମିଡ଼ ହେବାର ଖବର ପାଇଁ ହସ୍ପିଟାଲ ଆସି ନିଜ ପୁଅକୁ ବେଡ଼ରେ ଚିକିତ୍ସାଧୀନ ହେବା ଦେଖିବାକୁ ପାଇଥିଲେ। ସପ୍ତମ ଶ୍ରେଣୀରେ ପଡୁଥିବା ଧନୁର୍ଜୟ କହିଲେ ସାର ମାନେ ବଟିକା ଦେଇଥିଲେ କିନ୍ତୁ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ନ ଥିଲେ। ଆଜି ସମୁଦାୟ ସାତ ଜଣ ଛାତ୍ରଙ୍କ ଦେହ ଅସୁସ୍ଥ ହେବାରୁ ସାର ମାନେ ସମ୍ଭାଳି ନ ପାରି ହସ୍ପିଟାଲ ଆଣିବାର କଥା ଆକ୍ରାନ୍ତ ହେଇଥିବା ଛାତ୍ର ମାନେ କହିଛନ୍ତି। ଉଲ୍ଲେଖ ଥାଉ ବିଗତ ସୋମବାର ରୁ ଛାତ୍ରବାସରେ ଥିବା ଛାତ୍ର ମାନଙ୍କ ଦେହ ଖରାପ ସେମାନଙ୍କ ଉତ୍ତମ ଚିକିତ୍ସା ବା ଅଭିଭାବକ ମହଳରେ ଖବର ନ ଦେବା ଏହା କିପରି ମନମାନି ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ ଙ୍କ,କହି ଟିମନପୁର ପଞ୍ଚାୟତ ବାସୀ ସହ ରାଇଘର ବ୍ଲକର ଅଞ୍ଚଳବାସୀ ପ୍ରଶ୍ନବାଚୀ କରୁଛନ୍ତି।ଖାଇବା ଖାଦ୍ୟରେ କିଛି ହେଇଥିବ କହି ଡାକ୍ତର କହିବା ଓ ପାଣି ସଂଗ୍ରହ କରିବା ଜଣା ପଡ଼ିଛି। ହଷ୍ଟେଲରେ ଥିବା ସମସ୍ତ ଛାତ୍ରଙ୍କ ଅଭିଭାବକ ମାନେ ଭଲ ଖାଦ୍ୟ ପିଲା ମାନଙ୍କ ଦିୟା ଯାଉନାହିଁ କହି ଅଭିଯୋଗ ମଧ୍ୟ କରିଛନ୍ତି। ଜ଼ିଲ୍ଲା ପ୍ରଶାସନ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଆକ୍ରାନ୍ତ ହେଇଥିବା ଛାତ୍ରଙ୍କର ଅଭିଭାବକ ମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.