ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା, ସ୍ପଷ୍ଟ କଲା ନାସା

add-all

ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ନାସା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ସମସ୍ତ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ନାସାର ମହାକାଶ ଅଭିଯାନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲ କହିଛନ୍ତି ଯେ ଆଇଏସଏସରେ ଥିବା ନାସାର ସମସ୍ତ ମହାକାଶଚାରୀଙ୍କର ନିୟମିତ ଡାକ୍ତରୀ ମୂଲ୍ୟାୟନ କରାଯାଇଥାଏ ଓ ଫ୍ଲାଇଟ୍ ସର୍ଜନଙ୍କ ଦ୍ୱାରା ତଦାରଖ କରାଯାଏ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସେ କହିଛନ୍ତି।
ଆଇଏସଏସରେ ଦୀର୍ଘ ଦିନ ରହିବା ପରେ ୱିଲିୟମ୍ସ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହାକାଶ ଏଜେନ୍ସି ନାସା ଏହି ବୟାନ ଦେଇଛି। ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଜୁନ୍ ମାସରୁ ଆଇଏସ୍ଏସରେ ଅଛନ୍ତି। ଷ୍ଟାରଲାଇନର ମହାକାଶଯାନରେ ତ୍ରୁଟି ଯୋଗୁଁ ୮ ଦିନିଆ ଆଇଏସ୍ଏସ୍ ଅଭିଯାନ ମାସ ମାସ ଧରି ଚାଲିଥିଲା। ମହାକାଶଚାରୀମାନେ ଆସନ୍ତା ବର୍ଷ ଫେବ୍ରୁଆରିରେ ଘରକୁ ଫେରିବେ।
ଗତ ଅକ୍ଟୋବର ୨୬ ତାରିଖରେ ନାସାର ଜଣେ ମହାକାଶଚାରୀ ଆଇଏସଏସରେ ପ୍ରାୟ ୮ ମାସ ରହି ଫେରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନାସା ଅନୁଯାୟୀ ମହାକାଶଚାରୀ ମାଥ୍ୟୁ ଡୋମିନିକ୍, ମାଇକେଲ ବାରାଟ୍, ଜେନେଟ୍ ଏପ୍ସ ଏବଂ ରୋସ୍କୋସ୍ମୋସ୍ ମହାକାଶଚାରୀ ଆଲେକଜାଣ୍ଡର ଗ୍ରେବେଙ୍କିନଙ୍କୁ ଏକାଠି ଫ୍ଲୋରିଡାର ଆସେନସନ୍ ସେକ୍ରେଡ୍ ହାର୍ଟ ପେନସାକୋଲାକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତରୀ ମାଇନା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜଣେ ମହାକାଶଚାରୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। ତେବେ କ୍ରୁ ମେମ୍ବରଙ୍କ ଡାକ୍ତରୀ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ମହାକାଶଚାରୀଙ୍କ ବିବରଣୀ ପ୍ରକାଶ କରାଯାଇ ନାହିଁ ବୋଲି ନାସା କହିଛି। ଆମେରିକୀୟ ମହାକାଶ ଏଜେନ୍ସି କହିଛି ଯେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିବାର ଦିନକ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ad-week
Leave A Reply

Your email address will not be published.