ମଣିପୁରରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା

add-all

ଇମ୍ଫାଲ : ପୁଣିଥରେ ଅଶାନ୍ତି ହୋଇ ଉଠିଛି ମଣିପୁର। ଏଠାରେ ପୁଣି ଜଣେ ମହିଳାଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିଲା। ଆଜି ପୁଣି ଗୋଟିଏ ମହିଳା ବିରୋଧୀ ହିଂସାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି।
ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜିରିବାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦେଇଥିଲେ। ଘଟଣା ପଛରେ ମୈତୈ ସଂପ୍ରଦାୟର ଆତଙ୍କବାଦୀଙ୍କ ହାତ ଥିବା ଅଭିଯୋଗ ହୋଇଛି।
ଦ୍ୱିତୀୟ ଘଟଣାରେ ମୈତୈ ସଂପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଛନ୍ତି। ଆଜି ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ମହିଳା ଜଣଙ୍କ ଅନ୍ୟ ଚାଷୀମାନଙ୍କ ସହ କ୍ଷେତରେ କାମ କରୁଥିଲେ। ଏତିକି ବେଳେ ସନ୍ଦିଗ୍ଧ କୁକି ବିଦ୍ରୋହୀମାନେ ସ୍ଥାନୀୟ ପାହାଡ଼ ଉପରକୁ ସେମାନଙ୍କୁ ଗୁଳି କରିଥିଲେ। ଗୁଳିମାଡ଼ ଯୋଗୁ ମହିଳା ଜଣଙ୍କ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଜିରିବାମ ଅଞ୍ଚଳ ଘଟଣାକୁ ନେଇ କୁକି ବହୁଳ କାଙ୍ଗପୋକପି ଓ ଚୁରାଚନ୍ଦ୍ରପୁର ଜିଲ୍ଲାରେ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ମୈତୈ ସଂପ୍ରଦାୟର ଲୋକମାନେ ମଧ୍ୟ କ୍ଷେତରେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି।

ad-week
Leave A Reply

Your email address will not be published.