ଖୁବ୍‍ଶୀଘ୍ର ନବୀନଙ୍କ ଜିଲା ଗସ୍ତ

add-all

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଲାଗି ରହିଛି। ମାତ୍ର ଖୁବ୍‍ଶୀଘ୍ର ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ଶ୍ରୀ ମୁଦୁଲି କହିଛନ୍ତି ଯେ, ନବୀନଙ୍କ ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ। ଦଳର ସଭାପତି ଖୁବ୍‍ଶୀଘ୍ର ନିଷ୍ପତ୍ତି ନେବେ। ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ବିଜେଡି ଏବେବି ସଙ୍ଗଠିତ ଅଛି।

ଆମ୍ବ ଟାକୁଆ ପ୍ରସଙ୍ଗରେ ଦେଶ ସହ ବିଦେଶରେ ଓଡ଼ିଶାର ଛବି ମଳିନ ହୋଇଛି। ବିଜେପି ଶାସନରେ ମନ୍ତ୍ରୀ ଶସ୍ତା ଟିପ୍ପଣୀ ଦେଉଥିବାବେଳେ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟର ଛବି ଖରାପ ହେଉଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.