ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି

add-all

ବାରିପଦା : ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି। ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବାଙ୍ଗିରିପୋଷିରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ମୟୂରଭଞ୍ଜ ଯାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଆଜି ଭୁବନେଶ୍ୱରରରୁ କାରରେ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିଥିଲେ। ମାଣଦା ଗାଁରେ ପହଞ୍ଚି ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗାଁ ମହିଳାମାନେ ଫୁଲ ଓ ଚନ୍ଦନ ଦେଇ ତାଙ୍କୁ ପାଛୋଟି ନେଇଥିଲେ। ପ୍ରିୟଙ୍କା ମାରାଣ୍ଡି ମାଣଦା ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
ମୟୂରଭଞ୍ଜର ଝିଅ ହେଉଛନ୍ତି ପ୍ରିୟଙ୍କା। ସେ କେନ୍ଦୁଝରର ବୋହୂ ତଥା ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହୋଇଥିଲେ ମଧ୍ୟ ନିଜ ଜନ୍ମ ମାଟିକୁ ଭୁଲି ପାରି ନାହାନ୍ତି। ମଝିରେ ମଝିରେ ସେ ଗାଁକୁ ଯାଆନ୍ତି ଓ ନିଜ ସମ୍ପର୍କୀୟଙ୍କ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି। ସେଥିପାଇଁ ସେ ସେହି ଅଞ୍ଚଳରେ ଘରେ ଘରେ ପରିଚିତ। ସେହି ହିସାବରେ ସେ ଆଜି ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଛନ୍ତି। ଆସନ୍ତା କାଲି ସେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.