୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା

add-all

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ସେ ଅବସର ଗ୍ରହଣ କରିଛନ୍ତି। ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବ।
ଜଷ୍ଟିସ ଖାନ୍ନା ୨୦୧୯ରୁ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ(ଇଭିଏମ)ର ପବିତ୍ରତା ସମ୍ପର୍କିତ ମାମଲାରେ ସେ ଶୁଣାଣି କରିଥିଲେ। ସେହିପରି ଇଲେକଟୋରାଲ ବଣ୍ଡ୍‌ସ ସ୍କିମ୍‌, ଧାରା ୩୭୦ ଉଚ୍ଛେଦ ମାମଲାରେ ବି ସେ ଶୁଣାଣି କରିଥିଲେ। ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବି ଜଷ୍ଟିସ ଖାନ୍ନା ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.