ପୋଲିସ ହାତରେ ନୂଆ ତଥ୍ୟ, ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ

add-all

କଟକ : କଟକ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏବଂ ସେହି ସପ୍ତମ ଅଭିଯୁକ୍ତ ଜଣଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ସେପଟେ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇସାରିଥିବା ସମସ୍ତ ୬ ଜଣ ଅଭିଯୁକ୍ତଙ୍କର ମୋବାଇଲରୁ ଡିଲିଟ ହୋଇଥିବା ସମସ୍ତ ତଥ୍ୟକୁ ରିଟ୍ରିବ୍ କରିବା ପାଇଁ ସେଗୁଡ଼ିକୁ ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହାରି ଭିତରେ ବିଜେଡିର ଏକ ମହିଳା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ କଟକ ଆସି ଡିସିପିଙ୍କୁ ଭେଟିବା ସହ ପୋଲିସ ଏହି ଘଟଣାରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ବେଳେ ଦୁଷ୍କର୍ମ ଘଟିଥିବା କ୍ୟାଫେଟି ଦିନେ ବିଜେପିର ଦଳିୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛି  । ସେପଟେ ଏହି ଅଭିଯୋଗର ଜାବବ ରଖିଛି ଶାସକ ବିଜେପି ।

ସେହି ଅପରିଚିତ ଅଭିଯୁକ୍ତ ଜଣଙ୍କ ଘର ଜଗତସିଂପୁର ଅଞ୍ଚଳର ବୋଲି ପିଡ଼ିତାଙ୍କୁ ପକ୍ଷରୁ ବାପା ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ଏହାରି ଭିତରେ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇସାରିଥିବା ସମସ୍ତ ୬ ଜଣ ଅଭିଯୁକ୍ତଙ୍କର ମୋବାଇଲରୁ ଡିଲିଟ ହୋଇଥିବା ସମସ୍ତ ତଥ୍ୟକୁ ରିଟ୍ରିବ୍ କରିବା ପାଇଁ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ପୋଲିସ । ଏସବୁ ଭିତରେ ପିଡିତା ଓ ତାଙ୍କ ପରିବାରର ସୁରକ୍ଷାକୁ ପୋଲିସ ପ୍ରାଥମିତା ଦେବା ସହ ତାଙ୍କୁ ଆର୍ଥିକ ସହାୟତା ପାଇଁ ତହସିଲଦାରଙ୍କୁ ମଧ୍ୟ କୁହାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.