ଚାଉଳ ଦେବାକୁ ଡାକି ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ; ବନ୍ଧା ହେଲେ ଯୋଗାଣ ସହାୟକ

add-all

ବଲାଙ୍ଗୀର : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧାହେଲେ ଯୋଗାଣ ସହାୟକଯୋଗାଣ ସହାୟକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ। ଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ଭାଇରାଲ ବଳି ସଙ୍ଗୀନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପ୍ରାୟ ଦେଢବର୍ଷ ତଳେ ଗିରିଶଚନ୍ଦ୍ର ପଞ୍ଚାୟତକୁ ଡାକି ସେଠାରେ କେହି ନ ଥିବା ବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏଥିସହ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିବା ବେଳେ ତାହାକୁ ଭାଇରାଲ କରିବାର ଧମକ ଦେଇ ସେ ବହୁବାର ତାଙ୍କୁ ଡାକୁଥିଲେ। ମାତ୍ର ନ ଶୁଣିବାରୁ ତାଙ୍କ ଭିଡିଓଟି ଭାଇରାଲ କରିଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା।

ଭିଡିଓଟି ଭାଇରାଲ ହେବା ପରେ ମହିଳା ଜଣକ ଉତ୍ତ୍ୟକ୍ତ ହୋଇ ଗତ ୩୧ ତାରିଖରେ ପଞ୍ଚାୟତ ଅଫିସକୁ ଯାଇଥିଲେ। ସେଠାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପୀଡ଼ିତାଜଣକ ଗିରିଶ ଚନ୍ଦ୍ରଙ୍କୁ ଚପଲରେ ପିଟିଥିଲେ। ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମଧ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସି‌ଥିଲା। ପରେ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲେ। ଆଗଲପୁର ପୁଲିସ ଆଜି ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.