ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ

add-all

ପୁରୀ: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ଧ୍ୱଜା। ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଯାଇ ପତିତପାବନ ବାନା ବଦଳାଇଛନ୍ତି। ବାନା ବନ୍ଧା ଯାଉଥିବା ବେଳେ ହୁଳହୁଳି ଓ ହରିବଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ପାର୍ଶ୍ୱ। ଦୂରଦୂରାନ୍ତୁ ଆସିଥିବା ଶ୍ରଦ୍ଧାଳୁମାନେ ଧ୍ୱଜା ବନ୍ଧା ଦେଖି ଭାବବ୍ୟୁହୋଳ ହୋଇଛନ୍ତି। ପଞ୍ଚୁକରେ ମହାପ୍ରଭୁଙ୍କୁ ଆଶୀର୍ବାଦ ପାଇଁ ଲାଗିଥିବା ଭିଡିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଉଥିଲା ପତିତପାବନ ବାନା। ଶ୍ରଦ୍ଧାଳୁମାନେ ବାନା ବନ୍ଧା ନୀତୁ ଦର୍ଶନ କରୁଥିଲେ। ଯେଉଁଥିପାଇଁ ଶ୍ରୀମନ୍ଦିର ଭିତରେ ଓ ସିଂହଦ୍ୱାର ବାହାର ମାର୍ଗରେ ବା ରାସ୍ତାରେ ଅସମ୍ଭାଳ ଗହଳି ହେଉଥିଲା। ଟ୍ରାଫିକ୍‌ ଜାମ ହେଉଥିଲା। କର୍ତ୍ତିକ ମାସରେ ଅସମ୍ଭାଳ ଭିଡକୁ ଦେଖି ଧ୍ୱଜା ବନ୍ଧା ନୀତି ସମୟ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଚୁନରା ସେବକମାନେ ବାନା ଧରି ଶ୍ରୀମନ୍ଦିର ଉପରକୁ ଯାଇଥିଲେ। ପରେ ବାନା ବାନ୍ଧିଥିଲେ। ନୀଳଚକ୍ରରେ ବାନା ବନ୍ଧା ଯାଉଥିବା ବେଳେ ଶ୍ରୀମନ୍ଦିର ବେଢ଼ା ଓ ବାହାରେ ପ୍ରବଳ ଜନ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଧ୍ୱଜା ବନ୍ଧା ନୀତି ଦେଖି ଭାବୁକ ହୋଇପଡ଼ୁଥିଲେ। କିଛି ଶ୍ରଦ୍ଧାଳୁ କାନ୍ଦି ପକାଉଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.