ଏନକାଉଣ୍ଟର ପରେ ୩ ମହିଳା ଓ ୩ ପିଲା ନିଖୋଜ

add-all

ଗୌହାଟୀ : ସନ୍ଦିଗ୍ଧ କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଏକ ପ୍ରକାରର ଅଶାନ୍ତ ହୋଇ ଉଠିଛି। ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ମହିଳା ଓ ୩ ଜଣ ଛୋଟ ପିଲା ନିଖୋଜ ହୋଇଯିବା ଖବର ସ୍ଥିତିକୁ ଆହୁରି ସାଂଘତିକ କରିଛି।
ମଣିପୁର ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଛନ୍ତି। ୩ ଜଣ ମହିଳା ଓ ୩ ଜଣ ପିଲା ଗତକାଲିର ଏନକାଉଣ୍ଟର ପର ଠାରୁ ନିଖୋଜ ରହିଛନ୍ତି।
ଆସାମ ରାଇଫଲ, ବିଏସଏଫ ଓ ସିଆରପିଏଫ ସକ୍ରିୟ ଭାବେ ସର୍ଚ୍ଚ ଅପରେସନରେ ଲାଗି ପଡ଼ିଛନ୍ତି। ଅପରେସନ ବେଳେ ଯଦି ସୁରକ୍ଷାକର୍ମୀ କୌଣସି ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।
ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ବାସ୍ତବରେ ଏନକାଉଣ୍ଟ ପରେ ଗତକାଲି ଠାରୁ ୧୩ ଜଣ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଥିଲା। ୫ ଜଣ ସୁରକ୍ଷିତ ଭାବେ ଠାବ ହୋଇଥିଲେ। ଏବେ ବି ୬ ଜଣ ନିଖୋଜ ରହିଛନ୍ତି।
ମୃତ ଦୁଇ ଜଣ ହେଉଛନ୍ତି ବରିଷ୍ଠ ନାଗରିକ। ସେମାନେ ମୈତୈ ସଂପ୍ରଦାୟର। ଉଭୟଙ୍କ ମୃତଦେହ ଉଗ୍ରବାଦୀମାନେ ନିଆଁ ଲଗାଇ ଦେଇଥିବା ଗୋଟିଏ ଘର ଭିତରୁ ମିଳିଛି। ଏହାକୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତଥାପି ସୁରକ୍ଷାକର୍ମୀମାନେ ନିଖୋଜ ଥିବା ୬ ଜଣଙ୍କୁ ଖୋଜିବାରେ ଲାଗିଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.