ଆଇଫୋନ୍‌ରେ ଏବେ ଯାଞ୍ଚ କରି ହେବ କର୍କଟ..

add-all

ନୂଆଦିଲ୍ଲୀ : ଆଇଫୋନ୍‌ ସାହାଯ୍ୟରେ ଗଳା କର୍କଟକୁ ମଧ୍ୟ ଯାଞ୍ଚ କରାଯାଇପାରିବ। ଗ୍ରାହକଙ୍କୁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡିବ ନାହିଁ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଲମ୍ବା ଧାଡିରେ ଅପେକ୍ଷା କରିବାର ସମସ୍ୟାରୁ ଦୂରେଇ ରଖିବା ପାଇଁ ଶୀଘ୍ର ଯାଞ୍ଚ କରିବା ପାଇଁ ଆଇଫୋନ୍‌ କର୍କଟ ରୋଗକୁ ଚିହ୍ନିବାର କାମ କରିବ ବୋଲି କୁହାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଇଛି। ଫଳରେ ଲୋକେ ରୋଗର ଯାଞ୍ଚ ଓ ଚିହ୍ନଟ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରି ରହୁଥିବା ଦେଖାଯାଉଛି। ଏହି ସମସ୍ୟା ଏବେ ଆଇଫୋନ୍‌ ଦୂର କରି ପାରିବ।
ଏଥିପାଇଁ ଆଇଫୋନ୍‌ ସହ ଏକ ଆଡାପ୍ଟର ଲଗାଇବାକୁ ପଡିବ। ଫଳରେ କ୍ୟାମେରା ସହ ଯୋଡି ହେବା ପରେ ଫଟୋ କ୍ଲିକ୍‌ କରାଯିବ। ଏହାପରେ ହେଲଥ୍‌ କେୟାର ପକ୍ଷରୁ କ୍ଲିକ୍‌ ହୋଇଥିବା ଫଟୋକୁ ଯାଞ୍ଚ କରାଯିବ। ଆଇଫୋନ୍‌ରୁ କ୍ଲିକ୍‌ ହୋଇଥିବା ଫଟୋକୁ କିଛି ଘଣ୍ଟା ମଧ୍ୟରେ ଯାଞ୍ଚ କରାଯାଇ କର୍କଟ ବିଷୟରେ ସଠିକ୍‌ ତଥ୍ୟ ପ୍ରଦାନ କରାଯିବ।
ଏଥିପାଇଁ ଆଇଫୋନ୍‌ର ବ୍ୟବହାରକୁ ଏନଏଚଏସ ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଉଛି। ଏହି ଆଡାପ୍ଟର ସହ ଏକ ଏଣ୍ଡୋସ୍କୋପ ଆଇପିସ୍‌ ଲଗାଯାଇଛି । ଯାହାକୁ ଆଇଫୋନ୍‌ ସହ କନେକ୍ଟ କରାଯାଇଥାଏ । ଏହି ଟୁଲ୍‌ରୁ ଗଳାର ହାଇ ରିଜୋଲିୟୁସନ୍‌ ଫଟୋ ନିଆଯାଇଥାଏ।
ରିପୋର୍ଟ ଅନୁଯାୟୀ, ଏହି ଫଟୋକୁ ଏକ ଆପ୍‌ ମାଧ୍ୟମରେ ସୁରକ୍ଷିତ ଭାବେ ଅପଲୋଡ୍‌ କରାଯାଏ । ଏହାପରେ ଏହାକୁ ଏକ୍ସେସ୍‌ କରାଯିବା ସହ ଯାଞ୍ଚ କରାଯାଏ ।
ସାଧାରଣତଃ ଗଳା କର୍କଟକୁ ଜାଣିବା ପାଇଁ ଏଣ୍ଡୋସ୍କୋପିର ଆବଶ୍ୟକତା ରହିଛି । ଏଥିପାଇଁ ହସ୍ପିଟାଲ ଯିବାକୁ ପଡିଥାଏ ।
କର୍କଟକୁ ଯାଞ୍ଚ କରିବା ପାଇଁ ଏକ ଟ୍ୟୁବ୍‌କୁ କ୍ୟାମେରା ସହ ପାଟି ଦେଇ ଗଳାକୁ ପଠାଯାଇ ଏହାର ଯାଞ୍ଚ କରାଯାଇଥାଏ ।

ad-week
Leave A Reply

Your email address will not be published.