ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ

କଟକ : ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)।
୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ସେହିଦିନ ପରୀକ୍ଷା ସରିବ ୧୧ଟା ୪୫ରେ।

ad-week
Leave A Reply

Your email address will not be published.