ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ, ହଜିଥିବା ଫୋନ୍‌ ଫେରିପାଇ ଆନନ୍ଦିତ ଲୋକେ

add-all

କଟକ : ଚୋରି ହୋଇଥିବା ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଜବତ ମୋବାଇଲ ଫୋନଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି। ସମଗ୍ର ରାଜ୍ୟରୁ ପାଖାପାଖି ୧୦୨ଟି ମୋବାଇଲ ଫୋନ ଜବତ କରିଛି କ୍ରାଇମବ୍ରାଞ୍ଚ। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଇକ୍ଵିପ୍‌ମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ସହାୟତାରେ ଚୋରି ହୋଇଥିବା ଏତେସବୁ ମୋବାଇଲ ଫୋନ୍ ସଫଳତାର ସହ ଜବତ କରାଯାଇଛି।
ଚୋରି ହୋଇଥିବା ମୋବାଇଲ ଫୋନ ଲୋକଙ୍କୁ ଫେରସ୍ତ କରି ସେମାନଙ୍କ ମୁହଁରେ ହସ ଫୁଟେଇବା ହେଉଛି ମୂଳ ଲକ୍ଷ୍ୟ। ବର୍ତ୍ତମାନ ଚୋରି ହୋଇଥିବା ମୋବାଇଲ ଫୋନ୍ କ୍ରାଇମବ୍ରାଞ୍ଚ ଦ୍ବାରା ସହଜ ଉପାୟରେ ଜବତ କରାଯାଇ ଲୋକଙ୍କ ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ଡିଜି ଯୋଗେନ୍ଦ୍ର ୱାଇ ବି ଖୁରାନିଆ।

ad-week
Leave A Reply

Your email address will not be published.