୧୯ରୁ OSSTET ପାଇଁ ଅନ୍‌ଲାଇନ ଆବେଦନ, ବିଜ୍ଞପ୍ତି ଜାରି

add-all

କଟକ : OSSTET (Odisha Secondary School Teacher Eligibility Test) -2024 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)।
ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ୍ www.bseodisha.ac.inକୁ ଯାଇ ସେମାନେ ଆବେଦନ କରିପାରିବେ। ନଭେମ୍ବର ୧୯ ତାରିଖରୁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଫି’ ମଧ୍ୟ ଅନ୍‌ଲାଇନ୍‌ରେ ଦେବାକୁ ହେବ।
କୌଣସି ପରିସ୍ଥିତିରେ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରାଯିବ ନାହିଁ ବୋଲି ବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯାଇଛି। ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ମିଛ ବୋଲି ଜଣାପଡ଼ିଲେ ସେମାନଙ୍କୁ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ ନାହିଁ ଅବା ସେମାନଙ୍କ ପରୀକ୍ଷା ଫଳକୁ ବାତିଲ କରିଦିଆଯିବ। ଏହା ସହିତ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଅନ୍‌ଲାଇନ ପଞ୍ଜୀକରଣ ବେଳେ ପ୍ରାର୍ଥୀମାନେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ବିଷୟ ଆଦି ସଂପର୍କରେ ଯେଉଁ ସୂଚନା ଦେବେ, ତାହା ଥରେ ଦାଖଲ ହୋଇଗଲା ପରେ ଆଉ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ।

ad-week
Leave A Reply

Your email address will not be published.