ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

add-all

ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ ୟୁନିୟନ ବ୍ୟାଙ୍କରେ ଚାକିରି କରୁଥିଲେ ।

ଗତ କାଲି ସନ୍ଧ୍ୟାରେ ସେ ବ୍ୟାଙ୍କରୁ ବାହାରିଥିଲେ, ମାତ୍ର ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ରେଳ ଧାରଣା ନିକଟରୁ ତାଙ୍କ ସ୍କୁଟି ଠାବ କରିଥିଲେ। ଏହାପରେ ଟ୍ରାକ୍‌ରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ରେଳ ଧାରଣାରେ ଲାଲଟେନ୍ଦୁଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ଭଦ୍ରକ ରେଳବାଇ ପୋଲିସକୁ ଖବର ଦେଇଥିଲେ ।

ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଜଣାପଡିନି। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନି ।

ad-week
Leave A Reply

Your email address will not be published.