ଘର ଆଗରୁ ବାଇକ୍ ଚୋରି, ଥାନାରେ ଏତଲା…

add-all

ହିଞ୍ଜିଳିକାଟୁ :୧୫!୧୧ ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଲୁଟେରାଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି। କେତେ ବେଳେ କାହାରି ଏକ୍ସିଲ ଚୋରି ହେଉଚି ତ ଆଉ କେତେବେଳେ କାହାର ବାଇକ୍ । ଏହିଭଳି ଭାବେ ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୱାର୍ଡ ନଂ ୧୭ ବାସିନ୍ଦା ଶରଡ କୁମାର ସାହୁ ଙ୍କ ଘର ଆଗରୁ ହିରୋ ଗ୍ଳାମର ଓଡି୦୭ଜାଡ ୧୮୩୧ଏକ ବାଇକ୍ ଚୋରି ହୋଇଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଶରତ ସବୁଦିନ ଭଳି ବାଇକ୍ ଘର ଆଗରେ ରଖିଥିବା ବେଳେ ମଧ୍ୟାହ୍ନରେ କେହି ଦୃର୍ବୁତ୍ତ ଚୋରି କରି ନେଇଗଲ।ଘରୁ ଖାଇବା ପରେ ବାହାରେ ଆସି ଦେଖିବା ବେଳେ ଗାଡ଼ିଟି ବାରଣ୍ଡାରେ ଦେଖିବାକୁ ପାଇନଥିଲେ। ଏହାପରେ ଶରତ ଖୋଜାଖୋଜି କରିବା ପରେ ନ ପାଇଁ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହା ପୂର୍ବରୁ ବିଭିନ୍ନ ସାହି ରୁ ଗାଡ଼ି ଚୋରି ହୋଇ ଯାଇଥିଲେ ସୁଦ୍ଧା ପୁଲିସ ଉକ୍ତ ଚୋରି ଗାଡ଼ି ଗୁଡ଼ିକର କୌଣସି ସନ୍ଧାନ ଆଜି ପର୍ଯ୍ୟନ୍ତ ପାଇପାରି ନାହିଁ। ଫଳରେ ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ବୃଦ୍ଧି ପାଉଥିବା ବେଳେ ଲୋକେ ବାଇକ ଚୋର ଭୟରେ ଭୟଭୀତ ହୋଇ ରହିଛନ୍ତି‌। ଚୋରି, ଲୁଟ୍, ଠକେଇ ଓ ଦୁର୍ଘଟଣା ଭଳି ଅଭିଯୋଗ ନେଇ ଥାନାକୁ ଗଲେ ପୁଲିସ୍ ଏତଲା ରଖିବାକୁ ବହୁ ବାହାନା କରେ । ତା’ପରେ ମାମଲା ରୁଜୁ କରି ଏତଲା କପି ଧରାଇ ଦିଏ । ତା’ପରେ କଥା ସରିଲା । ଅଭିଯୁକ୍ତକୁ ଧରିବା ଓ ସମ୍ପତ୍ତି ଫେରସ୍ତ କରିବାକୁ ଉଦ୍ୟମ କରେନାହିଁ । ଯଦି କେଉଁ ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କିମ୍ବା ଉପର ଚାପ ପଡିଛି ସେଥିରେ ପୁଲିସ୍ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରୁଛି । ଯଦି ସାଧାରଣ ଲୋକଟିଏ ଥାନାକୁ ଯାଉଛି । ତା’ହେଲେ ନ୍ୟାୟ ମିଳିବା କାଠିକର ପାଠ ।

ad-week
Leave A Reply

Your email address will not be published.