ମଣିପରୁ ହିଂସା ଘଟଣା; ନିଖୋଜ ଥିବା ୬ ଜଣଙ୍କ ମୃତଦେହ ମିଳିଲା

add-all

ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରି ବନ୍ଧକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି।

ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବାବେଳେ ତିନି ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ 8 ମାସର ଶିଶୁ ମଧ୍ୟ ଥିଲା। ବନ୍ଧକ ଭାବେ ନେଇଯିବାର ପାଞ୍ଚ ଦିନ ପରେ ସେମାନଙ୍କ ମୃତଦେହ ମିଳିଛ।

ଗତକାଲି ମଣିପୁର-ଆସାମ ସୀମା ଅଞ୍ଚଳରୁ ଜଣେ ମହିଳା ଏବଂ ଦୁଇ ଜଣ ପିଲାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହା ପରେ ଆଜି ସକାଳେ ଆଉ ତିନି ଜଣଙ୍କ ମୃତଦେହ ମିଳିଛ। 

ପ୍ରକାଶ ଥାଉକି, ଗତ ବର୍ଷ ମେ ମାସରୁ ମଣିପୁରରେ କୁକି ଏବଂ ମେତେଇ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି। କିଛି ଦିନ ହେବ ବିବାଦ ଥମିଥିଲା। ମାତ୍ର ନିକଟରେ ପୁଣି ଥରେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ।

ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବରେ ସୁରକ୍ଷାକର୍ମୀମାନେ ବଡ଼ ଧରଣର ହାମଲା କରିଥିଲେ।ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଆକ୍ରମଣର ଦିନକ ପରେ ଉକ୍ତ ଅଞ୍ଚଳରୁ ମେତେଇ ସମ୍ପ୍ରଦାୟର ୩ ଜଣ ମହିଳା ଓ ୩ ଜଣ ଛୋଟ ଛୁଆ ନିଖୋଜ ହୋଇ ଯାଇଥିଲେ। କୁକି ଉଗ୍ରବାଦୀ ଏମାନଙ୍କୁ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଥିଲା। ପାଞ୍ଚ ଦିନ ପରେ ସେମାନଙ୍କ ମୃତଦେହ ମିଳିଛି।

ad-week
Leave A Reply

Your email address will not be published.