ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍, ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

add-all

ବିଜେପି ଓ କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ ଆୟୋଗ। ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦଳର ସଭାପତିମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଆସନ୍ତା ସୋମବାର ସୁଦ୍ଧା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହାର ଜବାବ ଦେବେ।  

ନଭେମ୍ବର ୧୧ ରେ ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ କରିବାର ଅଭିଯୋଗ ଆଣିଥିଲା। ରାହୁଲ ଗାନ୍ଧି ମିଛ କହି ମହାରାଷ୍ଟ୍ର ଏବଂ ପଡୋଶୀ ରାଜ୍ୟ ଗୁଜରାଟ ଓ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ବିଜେପି ଅଭିଯୋଗ କରିଥିଲା।

ବିଜେପି ଅଭିଯୋଗରେ କହିଥିଲା ଯେ, ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଅନ୍ୟ ରାଜ୍ୟମାନେ ମହାରାଷ୍ଟ୍ରର ସୁଯୋଗ ଛଡ଼ାଇ ନେଉଛନ୍ତି। ଏପରି ମିଥ୍ୟା ଅଭିଯୋଗ ଆଣି କଂଗ୍ରେସ ନେତା (ରାହୁଲ ଗାନ୍ଧି) ପଡୋଶୀ ରାଜ୍ୟ ଏବଂ ମହାରାଷ୍ଟ୍ର ମଧ୍ୟରେ ମତଭେଦ ସୃଷ୍ଟି କରୁିବାକୁ ଚେଷ୍ଟା କରୁଛନ୍ତି।

ଏହାପରେ ନଭେମ୍ବର ୧୩ରେ କଂଗ୍ରେସ ବିଜେପି ବିରୁଦ୍ଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭାରତୀୟ ଜାତୀୟ କଂଗ୍ରେସ (INC) ଏବଂ ଏହାର ସହଯୋଗୀମାନଙ୍କ ବିଷୟରେ ମିଥ୍ୟା, ବିଭାଜନକାରୀ ଏବଂ ଅପମାନଜନକ ବିବୃତ୍ତି ଦେଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ଶାହ ଧର୍ମ ଓ ଜାତି ଆଧାରରେ ଭୋଟରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା।

ଏହି ଅଭିଯୋଗ କ୍ରମେ ଆଜି ନିର୍ବାଚନ ଆୟୋଗ ଦୁଇ ଦଳର ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

ad-week
Leave A Reply

Your email address will not be published.