‘ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି’

add-all

ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି। ମୋଦି ଏବେ ଆମେ ଯାହା କହୁଛୁ ତାହା କହୁଛନ୍ତି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ବାଇଡେନ ଯେମିତି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ରୁଷ ରାଷ୍ଟ୍ରପତି କହୁଥିଲେ, ମୋଦି ସେମିତି ଆମ କଥାକୁ କହୁଛନ୍ତି।  

ରାହୁଲ ଗାନ୍ଧି କହିଛନ୍ତି, “ମୋ ଭଉଣୀ (ପ୍ରିୟଙ୍କା ଗାନ୍ଧି) ମୋଦିଙ୍କ ଭାଷଣ ଶୁଣିଥିବା କଥା କହୁଥିଲେ। ମୋଦି ଆଜିକାଲି ଆମେ ଯାହା କହୁଛୁ ତାହା ଦୋହରାଉଛନ୍ତି ବୋଲି ମୋ ଭଉଣୀ ମୋତେ କହିଛନ୍ତି। ବୋଧହୁଏ ସେ ସ୍ମୃତି ଶକ୍ତି ହରାଇ ବସିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରି ସେ ମଧ୍ୟ ଭୁଲି ଯାଉଛନ୍ତି, କଣ କହିବେ କଣ କହିବେନି ମନେ ରଖିପାରୁ ନାହାନ୍ତି।”

ମୁଁ ବାରମ୍ବାର କହି ଆସୁଛି ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି। କିନ୍ତୁ ମୋଦି ତାଙ୍କ ଭାଷଣରେ କହୁଛନ୍ତି କଂଗ୍ରେସ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ଏହା ମୋଦିଙ୍କର ମେମୋରି ଲସ୍ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧି କହିଛନ୍ତି, “ମୁଁ ପ୍ରତ୍ୟେକ ବୈଠକରେ କହିଛି ଯେ ସଂରକ୍ଷଣ ଉପରେ ଆମେ 50 ପ୍ରତିଶତ କ୍ୟାପ୍ ହ୍ରାସ କରିବୁ। ମୁଁ ମୋଦିଙ୍କ ସାମ୍ନାରେ ଲୋକସଭାରେ ଏହା କହିଥିଲି। କିନ୍ତୁ ମୋଦି ମୋତେ ସଂରକ୍ଷଣ ବିରୋଧୀ କହୁଛନ୍ତି। ବୋଧେ ତାଙ୍କର ସ୍ମୃତି ଶକ୍ତି ହ୍ରାସ ପାଇଯାଇଛି।”

ସେ ଆହୁରି କହିଛନ୍ତି, “ଏହା ପରେ ପ୍ରଧାନମନ୍ତ୍ରୀ ମୋତେ ଜାତିଗତ ଜନଗଣନା ବିରୋଧୀ କହିବେ। ମୁଁ ବାରମ୍ବାର ଲୋକସଭାରେ ତାଙ୍କ ସମ୍ମୁଖରେ ଜାତି ଜନଗଣନା କରାଇବାକୁ କହିଛି। ଲୋକେ ଜାଣିବା ଦରକାର ଯେ, ଦେଶରେ କେତେ ଦଳିତ, କେତେ ଆଦିବାସୀ ଏବଂ ପଛୁଆ ବର୍ଗ ଅଛନ୍ତି। କିନ୍ତୁ ସେ ଜାତି ଜନଗଣନା କରାଉନାହାନ୍ତି, ଆଉ ପରେ ରାହୁଲ ଗାନ୍ଧି ଏହାର ବିରୋଧି ବୋଲି କହିବେ।” 

ad-week
Leave A Reply

Your email address will not be published.