ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ

add-all

ଜୟପୁର : ସାମ୍ନାକୁ ଆସିଛି ଗୋଟିଏ ଭୟଙ୍କର ଘଟଣା । ୯ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ବ୍ୟକ୍ତି। ବାହାଘର ବେଳେ ହୋଇଥିବା ଯୁକ୍ତିତର୍କ ଯୋଗୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ରାଜସ୍ଥାନର ଦଉସା ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି। ଜିଲ୍ଲାର ଲାଡପୁରା ଗାଁରେ ଗୋଟିଏ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା।
ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ ଫୁଟାଇବା ସହ ନାଚିଥିଲେ। ଏତିକି ବେଳେ କନ୍ୟାର ଭାଇ ଏହାକୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।
କଥା ଆଗକୁ ବଢ଼ିବାରୁ ଅଭିଯୁକ୍ତ ଜଣଙ୍କ ସିଧା ନିଜ କାର୍‌ରେ ବସିଥିଲେ। ଏହାପରେ ଅତ୍ୟନ୍ତ ଦ୍ରୁତଗତିରେ କନ୍ୟା ଘରର ୯ ଜଣଙ୍କ ଉପରେ ଏହାକୁ ଚଢ଼ାଇ ଦେଇଥିଲେ। ଏଥିସହ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
ସେ କାର୍‌ ମଡ଼ାଇ ଦେବାରୁ ୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଏସଏମଏସ ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ପୁଲିସ୍‌ ଏପରି ଅଭିଯୋଗ ପାଇବା ପରେ ଫେରାର ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛି। ହେଲେ ରିପୋର୍ଟ ଲେଖା ହେବା ଯାଏ ତାଙ୍କର କୌଣସି ପତ୍ତା ମିଳିନାହିଁ। ସେହିପରି ଘଟଣା ବେଳେ ସେ ମଦ ପିଇଥିଲେ କି ନାହିଁ, ସେକଥା ମଧ୍ୟ ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.