ଯିବା ପୂର୍ବରୁ ତୃତୀୟ ବିଶ୍ବଯଦ୍ଧ ଆରମ୍ଭ କରିବାକୁ ଚାହୁଁଛନ୍ତି ବାଇଡେନ୍ !

add-all

ମସ୍କୋ: ଲାଗୁଛି ଯିବା ପୂର୍ବରୁ ବିଶ୍ବକୁ ୩ୟ ବିଶ୍ବଯୁଦ୍ଧ ମଧ୍ୟକୁ ଠେଲିଦେବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶକ୍ତିଶାଳୀ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଭିତରେ ଆକ୍ରମଣ କରିବାକୁ ବାଇଡେନ ଅନୁମତି ଦେଇଛନ୍ତି। ରୁଷ୍ ଏହାକୁ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି କହିଛି।

ଆମେରିକାର କ୍ଷେପଣାସ୍ତ୍ର ସାହାଯ୍ୟରେ ରୁଷିଆ ଉପରେ ୟୁକ୍ରେନ ଆକ୍ରମଣ କଲେ ତାହ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ରୁଷିଆର ସାଂସଦମାନେ ରବିବାର କହିଛନ୍ତି। ଏପରିକି ପରବର୍ତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଅସ୍ତ୍ରଶସ୍ତ୍ର କମ୍ପାନିଙ୍କୁ ଫାଇଦା ଦେବାକୁ ବାଇଡେନ ଏପରି ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।
ପୁଟିନଙ୍କ ସେନାକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ସୈନିକମାନେ ରୁଷିଆରେ ଉପସ୍ଥିତ ଥିବା ବେଳେ ଆମେରିକା ପକ୍ଷରୁ ଏହି ଅନୁମତି ଦିଆଯାଇଛି। ରୁଷର କୁର୍ସ୍କ ଅଞ୍ଚଳରେ ପାଖାପାଖି ୫୦ ହଜାର ସୈନିକ ମୁତୟନ ଅଛନ୍ତି। କିଛି ମାସ ତଳେ ୟୁକ୍ରେନ୍ ଏହି ଅଂଚଳକୁ ଦଖଲ କରିଥିଲା। ରୁଷ୍ ଯେକୌଣସି ପରିସ୍ଥିତିରେ କୁର୍ସ୍କକୁ ଫେରାଇ ଆଣିବାକୁ ଚାହୁଁଛି। ଋଷ ଚାହୁଁନାହିଁ ଯେ କୌଣସି ସମ୍ଭାବ୍ୟ ଆଲୋଚନା ପୂର୍ବରୁ ତାଙ୍କର କୌଣସି ଅଞ୍ଚଳ ୟୁକ୍ରେନ୍ ନିକଟରେ ରହୁ। ସେପଟେ ଆମେରିକା ଓ ଏହାର ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରମାନେ କୁର୍ସ୍କକୁ ଆଲୋଚନା ବେଳେ ବାର୍ଗେନିଂ ପାଇଁ ଜରୁରୀ ମନେ କରୁଛନ୍ତି।

ad-week
Leave A Reply

Your email address will not be published.