‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ମନ୍ତବ୍ୟ: କ୍ଷମାପ୍ରାର୍ଥନା କଲେ ମନୋଜ ମିଶ୍ର

add-all

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର। ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ମନୋଜ।
ମନୋଜ ମିଶ୍ର କହିଛନ୍ତି, ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ। ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି ରବିବାର ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଥିଲେ।
ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ସେ କହିଥିଲେ। ମନୋଜ ମିଶ୍ର ଫକୀରମୋହନ ସେନାପତିଙ୍କ ଉପରେ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ।
ସେ କହିଛନ୍ତି, ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’; ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଛନ୍ତି। ମୁଁ ମନୋଜଙ୍କୁ କହିବାକୁ ଚାହେଁ, ରାଣ୍ଡିପୁର ଅନନ୍ତା ଶବ୍ଦଟି ଫକୀରମୋହନ ସେନାପତିଙ୍କର ନୁହେଁ। ସେଭଳି ଲେଖାକୁ ବୁଝିବା ପାଇଁ ବୋଧହୁଏ ମନୋଜଙ୍କର ଜ୍ଞାନ ନାହିଁ। ମନୋଜ କହିଥିଲେ ଫକୀରମୋହନ ଲେଖା କପି କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ସାହିତ୍ୟପ୍ରେମୀଙ୍କର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଗୌତମବୁଦ୍ଧ କହିଛନ୍ତି। ଏହାକୁ ରାଜ୍ୟର ବୁଦ୍ଧିଜୀବୀମାନେ ବିରୋଧ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଏହା ରାଜ୍ୟର ଜନସାଧାରଣ କେବେ ମଧ୍ୟ ସହ୍ୟ କହିବେ ନାହିଁ।

ad-week
Leave A Reply

Your email address will not be published.