ବିଜେଡି ନେତା ଏନ୍‌. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି

add-all

ଭୁବନେଶ୍ବର : ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି। ରାୟଗଡାର ପୂର୍ବତନ ବିଜେଡି କାଉନସିଲର ଭାଗିରଥୀ ମଣ୍ଡାଙ୍ଗି ହତ୍ୟା ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଭାଗିରଥୀ ମଣ୍ଡାଙ୍ଗି ହତ୍ୟା ମାମଲାରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା(NBW) ଜାରି କରିଥିଲେ ରାୟଗଡ଼ା ଏସ୍‌ଡିଜେଏମ୍‌ କର୍ଟ। ପୂର୍ବତନ ରାଜ୍ୟସଭା ସାଂସଦ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ, ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ପେଦେନା ଦିଲୀପ କୁମାରଙ୍କ ନାଁରେ ଜାରି ହୋଇଥିଲା(NBW)।
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ସରକାର ଚାଲିଥିବାରୁ ପୁଲିସ୍‌ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନଥିଲା। ଯେଉଁଥିପାଇଁ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି।

ad-week
Leave A Reply

Your email address will not be published.