୩ ହାତୀ ମୃତ୍ୟୁ ଘଟଣା; ଜବାବ ମାଗିଲେ ହାଇକୋର୍ଟ

add-all

ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଏକାସାଙ୍ଗରେ ୩ ହାତୀଙ୍କ ଜୀବନ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜ୍ଜୁ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । କେଉଁ କାରଣରୁ ହାତୀମାନଙ୍କ ଅପମୃତ୍ୟୁ ହେଉଛି, ସେନେଇ ଉତ୍ତର ମାଗିଛନ୍ତି କୋର୍ଟ ।

ତେବେ କହିରଖୁଛୁ, ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି । ଏଥିସହିତ ବିଦ୍ୟୁତ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷ ଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଥିଲେ।

ଘୋଷରାମାଳ ଅଞ୍ଚଳର କେତେକ ବ୍ୟକ୍ତି ବାର୍‌ହା ଶିକାର ପାଇଁ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଇଥିଲେ। ଏହା ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ହାତୀପଲ ଏହିରାସ୍ତା ଦେଇ ଯାଉଥିବା ବେଳେ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଏକ ଛୁଆହାତୀ ସମେତ ୩ ମାଈ ହାତୀର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.