ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ

add-all

ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। 

ବହୁଜନ ବିକାଶ ଅଗାଡି (BVA) ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା। ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୁଦ୍ଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଥିଲା।

BVA ଭିଡିଓ ଶେଆର କରି ଏହି ଅଭିଯୋଗ ଆଣିବାର କିଛି ସମୟ ପରେ ନିର୍ବାଚନ ଆୟୋଗ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। 

ପ୍ରକାଶ ଥାଉକି, BVA ବିଧାୟକ ହିତେନ୍ଦ୍ର ଠାକୁର ବିଜେପି ନେତା ତଥା ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ନାଲସପୋରାର ବିଜେପି ପ୍ରାର୍ଥୀ ରାଜନ ନାଏକଙ୍କର ଏକ ଭିଡିଓ ଜାରି କରିଥିଲେ। ଉଭୟ ପାଲଘର ଜିଲ୍ଲାର ଏକ ହୋଟେଲରେ ଆଲୋଚନା କରିବା ସମୟରେ ତାୱଡେ ୫ କୋଟି ଟଙ୍କା ଦେଇଥିବା ଦଳ ଅଭିଯୋଗ କରିଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ବିଜେପି କର୍ମୀ ଏକ ବ୍ୟାଗରୁ ନଗଦ ଟଙ୍କା ନେଉ ଥିବାବେଳେ ତାୱଡେ କିଛି ଦୂରରେ ବସିଛନ୍ତି। ସେମାନେ ତାଙ୍କ ସହ ଫଟୋ ଏବଂ ଭିଡିଓ ଶୁଟ୍ କରିବାକୁ ଆସିବା ସମୟରେ ବ୍ୟାଗଟି ତାଙ୍କର ନୁହେଁ ବୋଲି ତାୱେଡେ କହୁଥିବା ଦେଖିବାକୁ ମିଳୁଛି।

ଭିଡିଓ ଭାଇରାଲ ସତ୍ତ୍ୱେ ଏସବୁ ଅଭିଯୋଗକୁ ବିନୋଦ ତାୱଡେ ଖଣ୍ଡନ କରି ଥିବାବେଳେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।

ଆସନ୍ତାକାଲି ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟ୍ ପଡିବ। ୨୩ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ad-week
Leave A Reply

Your email address will not be published.