ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଛାନିଆ, ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

add-all

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀ ଅନୁପ୍ରବେଶ ମାମଲାରେ ରିଆସି, ଡୋଡା, ଉଧମପୁର, ରାମବନ ଏବଂ କିସ୍ତଓ୍ବାଡ଼ର ଅନେକ ସ୍ଥାନରେ ଚଢାଉ କରୁଛି। ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଏନଆଇଏ।
ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତରେ ଅନୁପ୍ରବେଶ ସମ୍ବନ୍ଧରେ ନିକଟରେ ରୁଜୁ ହୋଇଥିବା ଏକ ମାମଲାରେ ଏନଆଇଏ ଜମ୍ମୁ ଡିଭିଜନର ଆଠଟି ସ୍ଥାନରେ ଚଢାଉ କରିଛି। ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ସହାୟତାରେ ଏନଆଇଏ ଅଧିକାରୀମାନେ ରିଆସି, ଡୋଡା, ଉଧମପୁର, ରାମବନ ଓ କିସ୍ତଓ୍ବାଡ଼ର ଜିଲାରେ ବିଭିନ୍ନ ସ୍ଥାନରେ ତଲାସୀ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀଙ୍କ ଓଭର ଗ୍ରାଉଣ୍ଡ ୱାର୍କର୍ସ(ଓଜିଡବ୍ଲ୍ୟୁ) ପରିସରରେ ଚଢାଉ କରାଯାଉଛି।

ad-week
Leave A Reply

Your email address will not be published.