ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ

add-all

ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି ମନାଇଛନ୍ତି। ଯବାନମାନେ ନାଚି ନାଚି ଏହି ସଫଳତାର ଖୁସି ମନାଉଥିବା ଭିଡିଓ ସାମ୍ନାକୁ ଆସିଛି। 

ଭିଡିଓରେ, DRG ଯବାନମାନେ ଏକ ପାରମ୍ପାରିକ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି। କେତେକ ଯବାନ ସେମାନଙ୍କ ଫୋନରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କରୁଥିବା ମଧ୍ୟ ଦେଖାଯାଉଛି। ଏହି ଅପରେସନର ସଫଳତାରେ ଯବାନମାନେ କେତେ ଖୁସି, ତାହା ସେମାନଙ୍କ ଚେହେରାରୁ ବାରି ହୋଇପଡୁଛି।

ଛତିଶଗଡ଼ର ସୁକମା ଜିଲ୍ଲାର ଭେଜ୍ଜି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଘଞ୍ଚ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ ଥିବା ନେଇ ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବକ୍ସର ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସୁକମା ଏସ୍‌ପିଙ୍କ ନେତୃତ୍ୱରେ ଆଜି ସକାଳେ ସର୍ଚ୍ଚ ଅପରେସେନ ଓ କୁମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନରେ ପ୍ରାୟ ଶହେରୁ ଅଧିକ ଯବାନ ସାମିଲ ହୋଇଥିଲେ।

ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘନ ଘନ ଗୁଳିବିନିମୟ ହୋଇଥିଲା। ଏଥିରେ ୧୦ ନକ୍ସଲ ନିପାତ ହୋଇ ଥିବାବେଳେ ଘଟଣାସ୍ଥଳରୁ ଇନସାସ୍, AK-47, SLR ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଯବାନଙ୍କ ଏହି ସଫାଳତା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ad-week
Leave A Reply

Your email address will not be published.