ବିଲ୍ଡର ସଂସ୍ଥା ‘Z’ରେ ED ରେଡ୍

add-all

ଭୁବନେଶ୍ବର : ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ଇଡି ପକ୍ଷରୁ ୧୧ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।
ବିଲ୍ଡର ସଂସ୍ଥା ‘ଜେଡ୍’ ବେଆଇନ ବୈଦେଶିକ ମୁଦ୍ରା ବିନିମୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଇଡି ଏହି ସଂସ୍ଥା ଉପରେ ତୀକ୍ଷ୍ମ ନଜର ରଖିଥିଲା। ଗତକାଲି ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ‘ଜେଡ୍’ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଓ ମୋଟା ଅଙ୍କର ଟଙ୍କା ଜବତ କରା଼ଯାଇଥିବା ସୂଚନା ମିଳିଛି।
ED ରେଡ୍‌ ସମ୍ପର୍କରେ ‘Z’ ଇଷ୍ଟେଟ୍‌ ମୁଖ୍ୟ ତପନ ମହାନ୍ତି କହିଛନ୍ତି, ଗତକାଲି ED ପକ୍ଷରୁ ରେଡ୍‌ କରାଯାଇ ନ ଥିଲା, ଖାଲି ସର୍ଚ୍ଚ କରାଯାଇଥିଲା। ୧୧ଟି ସ୍ଥାନରେ ଏହି ଯାଞ୍ଚ କରାଯାଇନଥିଲା, ୨ରୁ ୩ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା। ଫରେନ ଏକ୍ସଚେଞ୍ଜ ମ୍ୟାନେଞ୍ଜମେଣ୍ଟ ଆକ୍ଟ-ଫେମା ଅନୁସାରେ ଯେଉଁ ବିଦେଶୀପୁଞ୍ଜି ଆସିଛି ତାହାକୁ ନେଇ ସାଧାରଣ ଭାବେ ୨ରୁ ୩ଟି ସ୍ଥାନ ଭୁବନେଶ୍ୱ ଘର, ଅଫିସ ଓ ଦିଲ୍ଲୀର ଏକ ଅଫିସରେ ଯାଞ୍ଚ କରାଯାଇଥିଲା। ଆମେ ତାଙ୍କୁ ସହଯୋଗ କରିଛୁ। ଯାଞ୍ଚ ବେଳେ ମୋ ଘରୁ ନଗଦ ଟଙ୍କା, ଅଳଙ୍କାର ଓ ଆପତ୍ତିଜନକ ଡକ୍ୟୁମେଣ୍ଟ ED ଜବତ କରିନାହିଁ।

ad-week
Leave A Reply

Your email address will not be published.