ନୂଆଦିଲ୍ଲୀରେ ହେବ ବିଶ୍ବ ସମବାୟ ସମ୍ମିଳନୀ

add-all

ନୂଆଦିଲ୍ଲୀ : ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ବୋଲି ଇଫ୍‌କୋ ଲିମିଟେଡ, ସମବାୟ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ଇଫ୍‍କୋ ପ୍ରୟାସରେ ଆଇସିଏ ସାଧାରଣ ପରିଷଦ ବୈଠକ ଓ ବିଶ୍ବ ସମବାୟ ସମ୍ମିଳନୀ ଭାରତରେ ଆୟୋଜିତ ହେବ। ସମବାୟ ମନ୍ତ୍ରଣାଳୟ ସଚିବ ଡ.ଆଶିଷ କୁମାର ଭୁଟାନି କହିଛନ୍ତି ଯେ, ସମବାୟ ମନ୍ତ୍ରୀ ଅମିତ ଶାହ ବିଶ୍ବ ସମବାୟ ସମ୍ମିଳନୀର ଉଦ୍‍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଆନ୍ତର୍ଜାତିକ ସମବାୟ ବର୍ଷ- ୨୦୨୫ ଉପରେ ଏକ ସ୍ମାରକୀ ଡାକଟିକଟ ଉନ୍ମୋଚିତ ହେବ। ଭୁଟାନ ପ୍ରଧାନମନ୍ତ୍ରୀ ଡାଶୋ ଶେରିଂ ତୋବଗେ ଏବଂ ଫିଜି ଉପ ପ୍ରଧାନମନ୍ତ୍ରୀ ମାନୋଆ କାମିକାମିକା ମଧ୍ୟ ବିଶିଷ୍ଟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଇଫକୋ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଡ.ୟୁ ଏସ ଅୱସ୍ଥି କହିଥିଲେ। କାର୍ଯ୍ୟକ୍ରମ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମଇଦାନ, ଆଇଟିପିଓ ଭାରତ ମଣ୍ଡପମ୍‍ରେ ଅନୁଷ୍ଠିତ ହେବ।ସମ୍ମିଳନୀରେ ଭାରତୀୟ ସମବାୟଗୁଡିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିଶେଷ ଭାବେ ପ୍ରସ୍ତୁତ ହାଟରେ ପ୍ରଦର୍ଶିତ ହେବ।

ad-week
Leave A Reply

Your email address will not be published.