ଓ୍ବାକଫ୍‌ ବିଲ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି

add-all

ଭୁବନେଶ୍ବର: ଓ୍ବାକଫ୍ (ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ଏହି ବିଲ୍ ଆସିଲେ ହିନ୍ଦୁ ମୁସଲମାନ ବିଭେଦ ସୃଷ୍ଟି ହେବ ଅଭିଯୋଗ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।

ଆଜି ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍‌ ହାଉସ ସମ୍ମୁଖରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି । ନୂଆ ୱାକଫ ବିଲ୍‌ ଆସିଲେ ଦେଶରେ ହିନ୍ଦୁ ମୁସଲମାନଙ୍କ ଭିତରେ ବିଭେଦ ସୃଷ୍ଟି ହେବ ବୋଲି ଦାବି କରିଛି ଦଳ। ଏଥିସହିତ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ୱାକଫ ବିଲ୍‌ରେ ୪୪ଟି ସଂଶୋଧନ ଆଣିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛି ।

ଏହାକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରାଟ ପାଟୁଆରରେ ବିଧାୟକ କଲୋନିରୁ ଶୋଭାଯାତ୍ରା ଆରମ୍ଭ କରି ରାଜଭବନ ଯାଏଁ ଯିବା ସହିତ ସର୍କିଟ୍‌ ହାଉସ ସମ୍ମୁଖରେ ପ୍ରତିବାଦ କରିଥିଲା । ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।କେନ୍ଦ୍ର ସରକାରଙ୍କ ମନମାନି ଚାଲିବ ନାହିଁ ବୋଲି ବିଜେଡି କହିଛି। ଦୀର୍ଘ ବର୍ଷହେଲା ଏହି ପ୍ରଥା ରହି ଆସିଛି। ୱାକଫ ମାଧ୍ୟମରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହେଉଛି । ଏହା ବନ୍ଦ କରିବାକୁ କେନ୍ଦ୍ର ପ୍ରୟାସ କରୁଛି। କେନ୍ଦ୍ର ନ ମାନିଲେ ଏହାକୁ ନେଇ ଜୋରଦାର ବିରୋଧ ହେବ ବୋଲି ଚେତାଇ ଦେଇଛି ବିଜେଡି।

ad-week
Leave A Reply

Your email address will not be published.