ରାମ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ୧୮୦୦ କୋଟି, ଶ୍ରମିକ ଅଭାବ ଯୋଗୁଁ ସମସ୍ୟା

add-all

ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ରାମ ମନ୍ଦିର ନିର୍ମାଣ କମିଟି ବୈଠକ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ଏପର୍ଯ୍ୟନ୍ତ ରାମଲଲା ମନ୍ଦିର ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେ ବି ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ କମିଟି ଏଲ୍ ଆଣ୍ଡଟିକୁ ଶ୍ରମିକଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ଅନୁରୋଧ କରିଛି। ରାମ ମନ୍ଦିର ନିର୍ମାଣ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି ।

ନିର୍ମାଣ ସମିତି ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣରେ ଶ୍ରମିକ ଅଭାବ ଏକ ବଡ ଚ୍ୟାଲେଞ୍ଜ ହୋଇ ରହିଛି । ଶ୍ରମିକଙ୍କ ସଂଖ୍ୟା ଦ୍ୱିଗୁଣିତ ନ ହେବା ପର୍ଯ୍ୟନ୍ତ ନିର୍ମାଣର ଗତି ମନ୍ଥର ରହିବ। ସେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୮୦୦ ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୧୫୦୦ ରେ ପହଞ୍ଚିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟଠାରୁ ପଛରେ ରହିବ ବୋଲି ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.