ଜଙ୍ଗଲୀ କୁଟ୍ରାର ଚିକିତ୍ସାଧିନ ଅବସ୍ଥାରେ ମୃତ : ବୁଲାକୁକୁରଙ୍କ ଦାଉରୁ ରକ୍ଷା ପାଇ ଫୁଲବାଣୀ ସହରରେ ପ୍ରବେଶ

add-all

ଫୁଲବାଣୀ : ଆଜି ଏକ ଜଙ୍ଗଲୀ କୁଟ୍ରା, ବୁଲା କୁକୁରଙ୍କ ଆକ୍ରମଣରୁ ବଞ୍ଚିବାକୁ ଯାଇ ଫୁଲବାଣୀ ସହର ଭିତରେ କୋର୍ଟ ଛକକୁ ଦୌଡ଼ି ଆସିଥିଲା। ରାସ୍ତା ପାର ହେବା ସମୟରେ ଏକ କାର ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ରକ୍ତାକ୍ତ ହୋଇ ଯାଇଥିଲା। ନିକଟରେ ଉପସ୍ଥିତ ଥିବା ରୁନା ଭଞ୍ଜ, ବିଷ୍ଣୁ ଡାକୁଆ ଓ ରିଣ୍ଟୁ ସେନାପତି ଏବଂ ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ସାହାଯ୍ୟରେ ପଶୁ ଡାକ୍ତରଖାନା ନେଇ ତାହାର ଚିକିତ୍ସା କରାଇବା ସହିତ ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । କିଛି ସମୟ ପରେ ଜଙ୍ଗଲୀ କୁଟ୍ରାର ମୃତ୍ୟୁ ହୋଇଯାଇଥିଲା I ପରେ ପଶୁ ବିଭାଗରେ ପୋଷ୍ଟମର୍ଟମ କରାଯାଇଥିଲା l ମସ୍ତିଷ୍କରେ ଆଘାତ ଯୋଗୁ ଏବଂ ଅତ୍ଯଧିକ ରକ୍ତସ୍ରାବ ହୋଇଥିବାରୁ କୁଟ୍ରାଟିର ମୃତ୍ୟୁ ହୋଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ad-week
Leave A Reply

Your email address will not be published.