ଉପ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କ ସହିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନା : ଖୁବ ଶୀଘ୍ର ବିଭିନ୍ନ ଦାବୀ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି…

youtube

ଭୁବନେଶ୍ୱର ୩/୧୨:ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସଚିବାଳୟ ପ୍ରକୋଷ୍ଠ ରେ ଓ ଆଜି ବିଧାନସଭା ଅଫିସ ପ୍ରକୋଷ୍ଠ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ ଆଲୋଚନା ହୋଇଥିଲା । ଏହି ପରିପେକ୍ଷିରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ ତଥା ଘରୋଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ( ପି. ସି.ସି. ଏଫ.) ଶ୍ରୀ ଦେବିଦତ୍ତ ବିଶ୍ଵାଳ ମଧ୍ୟ ଏଥିରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି, ଉପସଭାପତି ଶ୍ରୀ ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀ ସଂଜିତ୍ ମହାନ୍ତି, ରାଜ୍ୟ ସମ୍ପାଦକ ଶ୍ରୀ ଶିବାନନ୍ଦ ପରିଚ୍ଛା ସଂଘର ତାଲିମ ତଥା ମିଡିଆ ସଂଯୋଜକ ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ, ଯୁବ ଶାଖା ସଂଯୋଜକ ଶ୍ରୀ ଆକାଶ ଦେବତା ପ୍ରମୁଖ ସଂଘ ପକ୍ଷରୁ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଦାବୀ ଉପସ୍ଥାପିତ କରିଥିଲେ ।


ଏହି ଆଲୋଚନା ବୈଠକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ, ଜଙ୍ଗଲ ତଥା ପରିବେଶ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଏବଂ ପି. ସି. ସି. ଏଫ୍ ଶ୍ରୀ ବିଶ୍ୱାଳ ଯଥା ଶୀଘ୍ର ସଂଘ ପକ୍ଷରୁ ଉପସ୍ଥାପିତ ଦାବୀ ଯଥା – ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ୍.ଡି.ବି. ବୈଠକ ଆହ୍ବାନ କରିବା, ବନ୍ଧେଇ ଶ୍ରମିକ ମାନଙ୍କ ପିସ୍ ରେଟ ମଜୁରୀ ବୃଦ୍ଧି, ତୋଳାଳୀ ମାନଙ୍କ କେନ୍ଦୁପତ୍ର ଦର ବୃଦ୍ଧି କରିବା, ହେଡଚେକର ପଦବୀ ପୂରଣ, ବୋନସ ସହିତ ବିଭିନ୍ନ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା, ଗୋଛା କଟେଇ କାର୍ଯ୍ୟକୁ ଆହୁରି ଶକ୍ତିଶାଳୀ କରିବା, ନବରଙ୍ଗପୁର, ଜୟପୁର ଓ ଖଡ଼ିଆଳ ଡିଭିଜନର ଫାଲ ଏରିଆକୁ ପ୍ରୋସେସିଂ ଏରିଆରେ ପରିଣତ କରିବା ପ୍ରଭୁତି ଦାବୀ ସଂପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ଏବଂ ବିଶେଷ ଭାବରେ ଆଗାମୀ ବଜେଟରେ ୨୦୦ କୋଟି ଟଙ୍କାର ପ୍ରାବଧାନ କରିବା ଦାବୀ ଉପରେ ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବେ ଓ ମୁଖ୍ୟମନ୍ତ୍ରୀ ଏସବୁ ଘୋଷଣା କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ ।ପରିଶେଷରେ ରେ ସଂଘ ର ସଭାପତି ଶ୍ରୀ ମହାନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l

Leave A Reply

Your email address will not be published.