ବ୍ରହ୍ମପୁର ଏମ୍‌କେସିଜିରେ ପୁଣି ରାଗିଂ ଅଭିଯୋଗ, ଆଣ୍ଟି ରାଗିଂ କମିଟିର ବୈଠକରେ ରାଗିଙ୍ଗ ଘଟଣା କରାଗଲା ସମୀକ୍ଷା

youtube

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ । ଛାତ୍ରୀମାନେ ରାଗିଂର ଶିକାର ହେଉଥିବାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସିନିୟର ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍‌ଓ୍ୱାର୍କ ଜୁନିୟରଙ୍କ ଦ୍ୱାରା କରୁଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡିଛନ୍ତି । ବାରମ୍ବାର ମେଡ଼ିକାଲ କଲେଜ ରେ ରାଗିଙ୍ଗ ଘଟଣା କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ କିଛି ସିନିୟର ଛାତ୍ରୀ ନିଜର ଜୁନିୟରମାନଙ୍କୁ ରାଗିଂ କରିଥିବାର ଅଭିଯୋଗ ଆସିଛି । ସିନିୟରମାନେ ସେମାନଙ୍କ ହୋମଓ୍ୱାର୍କ ଜୁନିୟରଙ୍କ ଦ୍ୱାରା କରାଉଛନ୍ତି । ଏହି ଅଭିଯୋଗ ପରେ ପୁରା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଣ୍ଟିଂ ରାଗିଂ ସେଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ଏପିରିକି ୪ଜଣ ସିନିୟର ଛାତ୍ରୀଙ୍କୁ ଆଣ୍ଟି ରାଗିଂ କମିଟି ନିକଟରେ ହାଜର ହେବାକୁ ନୋଟିସ ମଧ୍ୟ କରାଯାଇଛି ।
ସେହିପରି ଅଭିଯୋଗ ସଂପର୍କରେ ମତାମତ ସଂଗ୍ରହ ଲାଗି ମଙ୍ଗଳବାର ମଧ୍ୟ ଆଣ୍ଟି ରାଗି କମିଟିର ବୈଠକ ବସିବ । ତେବେ କେବଳ ଛାତ୍ରୀ ନୁହନ୍ତି ବରଂ ବହୁ ଛାତ୍ର ମଧ୍ୟ ପୂର୍ବରୁ ରାଗିଂ ଅଭିଯୋଗ ଆଣିଥିଲେ । କଲେଜ କର୍ତ୍ତୃପକ୍ଷରେ ରାଗିଂ ଘଟଣାକୁ ବନ୍ଦ କରିବାକୁ ସାଧାରଣରେ ଦାବି ମଧ୍ୟ ଉଠିଛି

Leave A Reply

Your email address will not be published.