ଅଧିବକ୍ତା ପରିଷଦ ପକ୍ଷରୁ ୭୫ ତମ ସାମ୍ବିଧାନିକ ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିବକ୍ତା ପରିଷଦ କନ୍ଧମାଳ ପକ୍ଷରୁ ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ୭୫ ତମ ସାମ୍ବିଧାନିକ ଦିବସ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଙ୍ଘ ପରିଚାଳକ ତଥା ଆଇନଜିବୀ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର, ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପିପି ଭି ଭି ରାମ ଦାସ ଓ ଅଧିବକ୍ତା ପରିଷଦର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବରିଷ୍ଠ ଆଇନଜୀବୀଙ୍କ ଦ୍ଵାରା ସମାଜରେ ସମ୍ବିଧାନ ବିଷୟରେ ଅଧିକ ସଚେତନତା କରାଇବା, ଗରିବ ନିଷ୍ପେଷିତ ଲୋକଙ୍କୁ ନିଶୁଳ୍କ ଆଇନସେବା ପ୍ରଦାନ କରିବା ଏପରିକି ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବା l ଅନ୍ୟ ମାନଙ୍କ ମଧ୍ୟରେ ଅଧିବକ୍ତା ପରିଷଦର ଜିଲ୍ଲା ସମ୍ପାଦକ ଅବନୀ ଜାନି, ଆଇନଜୀବୀ ବିରେନ୍ଦ୍ର ସୁବୁଦ୍ଧି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସଞ୍ଜିତ୍ କୁମାର ପାତ୍ର,ପ୍ରଦୀପ ବାଇ, ଦିଲୀପ କୁମାର ବାନାର୍ଜୀ, ନିହାରିକା ପାତ୍ର, ଅନିତା ସାହୁ, ଦୀପକ ପଣ୍ଡା, ଗୌରୀ ବେହେରା, ସୁଧୀନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଆଇନଜୀବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.