ଆଲିପୁର-ପଥରା-ମୁକୁନ୍ଦପୁର- ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ବେଆଇନ ବାଲି ଉଠାଣ .! ନିଘୋଡ଼ ନିଦ୍ରାରେ ପ୍ରଶାସନ…

ମୁଣ୍ଡ ଗଡ଼ିବା ଆଶଙ୍କା….

ମାଫିଆ ମାନଙ୍କ ହାତରେ ପ୍ରଶାସନ କରୁଛି ବଟି ଆଦାୟ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ନିକଟସ୍ଥ ପଥରା ସମେତ ମୁକୁନ୍ଦପୁର ଆସିକା ସୁନାମ୍ବ ସାହି ସ୍ଥିତ ସୁବର୍ଣ୍ଣେଶ୍ୱର ବେଆଇନ ବାଲି ଘାଟରୁ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି। ଦିନ ରାତି ପାଳି ପାଳି କରି ରାଜସ୍ବ, ପୋଲିସ ଓ ଖଣି ବିଭାଗ କୁ ମାସିଆରି ବଟି ଦେବା ନାଁ ରେ କିଛି ଖୋଳ ପ୍ରକୃତି ର ଯୁବକ ମାନେ ଗୋଟିଏ ଟ୍ରାକ୍ଟର ରୁ ୫୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ମାସିକ ଲକ୍ଷ ଲକ୍ଷ ଟଙ୍କା କିଏ ଆଦାୟ କରୁଛି…? ଏବଂ କାହା ପାଇଁ ଆଦାୟ ହେଉଛି ତାହାକୁ ନେଇ ବିରାଟ ପ୍ରଶ୍ନ ବାଚୀ, ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ରହି ବେକାର ଯୁବକ ମାନଙ୍କ ଜରିଆରେ ଏହି ବେଆଇନ ବାଲି ଘାଟରୁ ଅର୍ଥ ଆଦାୟ କରାଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା । ଗାଁ ଲୋକେ ଅଭିଯୋଗ କଲେ ପୋଲିସ ପକ୍ଷରୁ କାଁ ଭାଁ ଚଢ଼ାଉ ହେଉଛି। ବାଲି ମାଫିଆ ମାନେ ପାଳି ପାଳି କରି ଏହି ବେଆଇନ ଘାଟରୁ ବାଲି ଲୁଟ କରିବା ସହ ମାଫିଆ ମାନଙ୍କ ଜରିଆରେ ପ୍ରଶାସନ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି। ଯେଉଁ ଟ୍ରାକ୍ଟର ଟଙ୍କା ନଦେଲେ ରଜସ୍ୱ, ପୋଲିସ ଓ ଖଣି ବିଭାଗ ନାଁ ନେଇ ଧମକେଇ ଜୋର ଜବରଦସ୍ତ ଅର୍ଥ ଆଦାୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏହି ବେଆଇନ ଘାଟକୁ ନେଇ ଗାଁ ବାସୀ ଓ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜୁଛି। ପ୍ରଶାସନ ନାଁ ରେ ଆଦାୟ ହେଉଥିବା ଅର୍ଥ କିଏ ନେଉଛି…? ବୋଲି ସାଧାରଣ ରେ ଅଭିଯୋଗ ହେଉଛି ଯାହାକି ତଦନ୍ତ ସାଫେକ୍ଷ l ସୂଚନା ଥାଉକି ବାଲି ଚୋରା ଚାଲାଣ କୁ ନେଇ ଆସିକା ଅଞ୍ଚଳ ରେ ମୁଣ୍ଡ ଗଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଗଲାଣି ବୋଲି ସଚେତନ ନାଗରିକ ଏବଂ ଖଟିରେ ଚର୍ଚ୍ଚା ହେଲାଣି l ଆଗକୁ ପାର୍ବଣ ଏବଂ କୁମାରୀ ପୂର୍ଣ୍ଣିମା ବାଲି ଏବଂ ମଦ କୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସ୍ୱାଭାବିକ କଥା ପୋଲିସ ଏହା ବଡ଼ ସମସ୍ୟା ସୃଷ୍ଟି କରିବ l ଖଣି ବିଭାଗ ଏବଂ ରାଜସ୍ବ ବିଭାଗ ବଟି ନେଇ ମସଗୁଲ ଏପଟେ ସିଂଘ ଧରୁଛି ପୋଲିସ ବୋଲି ଚର୍ଚ୍ଚା l ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.