ବିଗିଡ଼ିଲା ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି

add-all

ବିଗିଡିଲା ଶିବସେନା ନେତା ତଥା ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ। ମହାରାଷ୍ଟ୍ରରେ ନୂଆ ସରକାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ସେ ଆଜି ଅସୁସ୍ଥ ହୋଇପଡିଛନ୍ତି। ତୁରନ୍ତ ତାଙ୍କୁ ମୁମ୍ବାଇ ଥାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରବିବାର ଦିନଏକନାଥ ସିନ୍ଦେ ନିଜ ପୈତୃକ ଗାଁରୁ ଫେରିଥିଲେ। ସେ ଗତ ଦୁଇରୁ ତିନି ଦିନ ହେବ ଥଣ୍ଡା ଜ୍ୱର ଯୋଗୁ ଅସୁସ୍ଥ ଥିଲେ। ତେବେ ଆଜି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

କୁହାଯାଉଛି ଯେ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲରେ କିଛି ଦିନ ରହିବାକୁ ପଡିବ। ଶୁକ୍ରବାର ଦିନ ଜ୍ୱରରେ ପୀଡିତ ଥିବା ବେଳେ ସିନ୍ଦେ ନିଜ ପୈତୃକ ଗାଁ ସତାରାକୁ ଚାଲିଯାଇଥିଲେ। ସେଠାରେ ସେ ଆରାମ କରୁଥିଲେ। ତେବେ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା। ଆହୁରି ବିଗିଡିବାକୁ ଲାଗିଥିଲା। ଏହାପରେ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ। ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ବିଜେପି ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା କରିପାରେ।

ad-week
Leave A Reply

Your email address will not be published.