ସୁଭଦ୍ରା ଯୋଜନା ପାଇନଥିବା ଥିବା ମହିଳା ମାନେ ଏବେ ଆୟ ପ୍ରମାଣ ପତ୍ର ନେବା ପାଇଁ ଭିଡ଼ …!

add-all


ବ୍ରହ୍ମପୁର: ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ପାଇନଥିବା ମହିଳା ମାନେ ଏବେ ଜନସେବା କେନ୍ଦ୍ର ମୁହାଁ ହେଉଛନ୍ତି । ରାଜ୍ୟ ସରକାର ଙ୍କ ନୂତନ ଯୋଜନା ସୁଭଦ୍ରା ଏବେ କିଛି ମହିଳାଙ୍କ ଦୁଃଖ ବଢ଼େଇ ଦେଇଛି। କିଛି ମାସ ପୂର୍ବେ ସୁଭଦ୍ରା ଯୋଜନା ପାଇବା ପାଇଁ ମହିଳା ମାନେ ଦିନରାତି ଏକ କରି ଲମ୍ବା ଲାଇନ ରେ ଛିଡାହୋଇ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ। ଏବେ ପୁଣି କିଛି ସରକାରୀ କର୍ମଚାରୀ ମାନେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ବାର୍ଷିକ ଆୟ ପ୍ରମାଣ ପତ୍ର ଦେବାକୁ କହିବା ପ୍ରୋଘୋଟ ହେବା ପରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଆୟ ପ୍ରମାଣ ପତ୍ର ଆବେଦନ କରିବାକୁ ଭିଡ଼ ଜମୁଥିବା ଲକ୍ଷ କରାଯାଇଛି। ଆବେଦନ ପୂର୍ବରୁ ସରକାର ଙ୍କ ଯେଉଁ ନିୟମ ଓ ଫର୍ମ ରେ ନୀତିନିୟମ ଉଲ୍ଲେଖ ଥିଲା ତାହା ଆବେଦନ କାରି ପୂରଣ କରି ଦାଖଲ କରିଥିଲେ। ଏବେ ପୁଣି ଆୟ ପ୍ରମାଣ ପତ୍ରର ଆଳ ଦେଖାଇବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ହିତାଧିକାରୀ କାରି ମାନେ ମନ ଦୁଃଖରେ ପ୍ରକାଶ କରିଛନ୍ତି। ସମସ୍ତ ବର୍ଗର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଯୋଜନା ଦିଆଯିବ ବୋଲି କହିବା ଏକ ଜୁମଲା କି ବୋଲି ଲୋକେ ଓ ବିରୋଧୀ ଚର୍ଚ୍ଚା କରିଲେଣି।

ad-week
Leave A Reply

Your email address will not be published.