ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ…

add-all

ମାଲକାନଗିରି : ଆଜି ସକାଳୁ ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ପାଞ୍ଚ ରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ହୋଇଥିବା ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିବା ବେଳେ ପୋଡଶୀ ରାଜ୍ୟ ତେଲେଙ୍ଗାନା ଏହାର କେନ୍ଦ୍ରବିନ୍ଦୁ ରହିଥିବା ଖବର ରହିଛି । ପ୍ରାୟ ୫ ସେକେଣ୍ଡ ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ର ତୀବ୍ରତା ୫.୦ ଥିବା ସହ ଖୁବ୍ କମ ସମୟ ପାଇଁ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ଝଟ୍‌କା ଅନୁଭବ କରିବାପରେ କିଛି ଲୋକେ ଭୟଭିତ ହେବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ଏହାର ସର୍ବିଶେଷ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇ ନାହି ।

ad-week
Leave A Reply

Your email address will not be published.