ଶ୍ରୀସେତୁ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

add-all

ପୁରୀ : ପୁରୀ ଟାଉନ୍ ଥାନା ଅନ୍ତର୍ଗତ ବିଶ୍ୱେଶ୍ୱରୀ ମନ୍ଦିର ନରେନ୍ଦ୍ର କୋଣ ଶ୍ରୀସେତୁ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପୁରୀ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ ।
ସୁଦର୍ଶନ ମାର୍କେଟ ଛକ ନିକଟରେ ଦହିଵରା ବିକ୍ରି କରନ୍ତି। ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ସୁଦର୍ଶନଙ୍କ ମୃତଦେହ ଶ୍ରୀସେତୁ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କ ମଧ୍ୟ ଖବର ଦେଇଥିଲେ।ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ସୁଦର୍ଶନଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁଦର୍ଶନଙ୍କୁ ଦୁର୍ବୃତ୍ତମାନେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.