ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା: ରାଷ୍ଟ୍ରପତି

add-all

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ। ଚଳିତ ଦଶନ୍ଧିରେ ଆମର ଏହି ପ୍ରାଚୀନ ଶିକ୍ଷା ପଦ୍ଧତିକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରୟାସ କରାଯାଇଛି। ଭାରତୀୟ ଚିକିତ୍ସା ପଦ୍ଧତି ପ୍ରତି ଦେଶ ତଥା ବିଶ୍ଵ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ସଂଗ୍ରହାଳୟ ଓ ଘରେ ମଧ୍ୟ ଅନେକ ତାଳପତ୍ର ପୋଥି ରହିଛି, ଏଥିରେ ଆୟୁର୍ବେଦ ଚିକିତ୍ସାର ଅନେକ ଅବଦାନ ରହିଛି। ଛାତ୍ରଛାତ୍ରୀ ଗବେଷଣା କରି ଏହାକୁ ଲୋକଲୋଚନକୁ ଆଣିବେ ବୋଲି ଆଶା ରହିଛି।
ସେ ଆହୁରି କରିଛନ୍ତି, ଦେଶ ବିଦେଶରେ ବହୁ ଆଗ୍ରହର ସହିତ ଯୋଗ ଓ ଆୟୁର୍ବେଦ ଶିଖିବା ପାଇଁ ଓ ତାଙ୍କ ଦେଶରେ ପ୍ରଚଳିତ କରିବା ପାଇଁ ଚାହୁଁଛନ୍ତି। ଖାଦ୍ୟପେୟରେ ସଂଯମତା ରକ୍ଷା କରି ଆମେ ସୁସ୍ଥ ରହି ପାରିବା ଏବଂ ଯୋଗଯୁକ୍ତ ହୋଇ ରୋଗମୁକ୍ତ ରହିପାରିବା। ରୋଗ ପାଇଁ ଚିକିତ୍ସାର ଉପାୟ ଆୟୁର୍ବେଦରେ ରହିଛି। ଆୟୁର୍ବେଦ ପଦ୍ଧତିର ଆଉ ଏକ ସକରାତ୍ସକ ଦିଗ ରହିଛି, ଏହାର ପାର୍ଶ୍ବ ପ୍ରତିକ୍ରିୟା ପ୍ରାୟ ଦେଖିବାକୁ ମିଳେନାହିଁ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ, ପୁରୀ ସାଂସଦ ଡାକ୍ତର ସମ୍ବିତ କୁମାର ପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.