ସ୍କୁଲରେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା, ୧୨ ବର୍ଷୀୟ ବାଳକ ଅଟକ

add-all

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ଅନ୍ୟ ଜଣେ ଛାତ୍ର ପୀଡ଼ିତ ଛାତ୍ରକୁ ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୧୨ ବର୍ଷୀୟ ଛାତ୍ରକୁ ଅଟକ ରଖି ତଦନ୍ତ ଚଳାଇଛି। ଘଟଣା ପ୍ରତିବାଦରେ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ଧାରଣା ଦିଆଯାଇଥିଲା।
ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ତାଙ୍କ ପୁଅ ପଢ଼ୁଥିଲା। ମଙ୍ଗଳବାର ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତାଙ୍କ ପୁଅର ଜଣେ ସହପାଠୀ କହିଛି ଯେ, ଜଣେ ଛାତ୍ର ତାଙ୍କ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି। ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଏତେବଡ଼ ଘଟଣା କିପରି ଘଟିଲା ଏବଂ ସ୍କୁଲ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.