ବ୍ରହ୍ମପୁର : ତା୦୪/୧୨/୨୦୨୪ ରିଖ ମହାମାୟୀ ମହିଳା ମହାବିଦ୍ୟାଳୟ ର ଇତିହାସ ବିଭାଗରେ ଇତିହାସ ବିଭାଗ ର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଛାତ୍ରୀମାନେ “ରେନାସାଁ- ମଧ୍ୟଯୁଗୀୟ ପୁନର୍ଜାଗରଣ ଓ ପୁନରୁତ୍ଥାନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ” ସନ୍ଦର୍ଭଟି ଉପସ୍ଥାପନା କରିଥିଲେ । ବିଭାଗୀୟ ଛାତ୍ରୀ ସୁଶ୍ରୀ ପାୟଲପିୟା ପାତ୍ର, କେ. ତପସ୍ବିନୀ ଆଚ଼ାରୀ, ପଲ୍ଲବୀ ସାହୁ, ଲକ୍ଷ୍ମୀ ସେଠୀ ଓ ଲକ୍ଷ୍ମୀ ନାୟକ ଆଦି ସନ୍ଦର୍ଭଟିକୁ ପ୍ରସ୍ତୁତ କରିଥିଲେ।ବିଭାଗୀୟ ମୁଖ୍ୟ ଡ଼ ବାଣୀ ପଟ୍ଟନାୟକ ସନ୍ଦର୍ଭଟିର ସବିଶେଷ ଆଲୋଚ଼ନା କରିଥିଲେ । ବିଭାଗୀୟ ଅଧ୍ୟାପିକା ଡ଼ ଅଳକା ରାଣୀ ଦାଶ୍ ଓ ଅଧ୍ୟାପକ ଶ୍ରୀ ସିଦ୍ଧାର୍ଥ ଶଙ୍କର ରାଉତ ମଧ୍ୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବାସହ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ| ଶେଷରେ ଛାତ୍ରୀ ଶିବାନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲ ।

