ଯିଏ ଭାରତକୁ ଘୃଣା କରନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି: ବିଜେପି

add-all

ନୂଆଦିଲ୍ଲୀ : ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଜୋରଦାର ଟାର୍ଗେଟ ଜାରି ରଖିଛି କଂଗ୍ରେସ ଦଳ। ହେଲେ ଏହି ପ୍ରସଙ୍ଗରେ କାଉଣ୍ଟର କରି ଗୁରୁବାର ରାହୁଲ ଗାନ୍ଧୀଙ୍କୁ ବିଜେପି କାଉଣ୍ଟର ଆଟାକ୍ କରିଛି। ବିଜେପି ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ଆକ୍ଷେପ କରିଛନ୍ତି। ଯାହା ଉଭୟ କଂଗ୍ରସ ଓ ବିଜେପିକୁ ମୁହାଁମୁହିଁ ସ୍ଥିତିକୁ ଆଣିଛି। ଭାରତକୁ ଅସ୍ଥିର କରିବା ପାଇଁ ଏକ ତ୍ରିକୋଣୀୟ ଗ୍ରୁପ କାର୍ଯ୍ୟ କରୁଛି ବୋଲି ବିଜେପି ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
ସମ୍ବିତ ପାତ୍ର କହିଛନ୍ତି ଯେ ଭାରତକୁ ଅସ୍ଥିର କରିବାକୁ ଏକ ବିପଜ୍ଜନକ ତ୍ରିକୋଣୀୟ ଗ୍ରୁପ୍ କାମ କରୁଛି। ଏହି ଗ୍ରୁପରେ, ଗୋଟିଏ ପାର୍ଶ୍ୱରେ ଆମେରିକାର ଜର୍ଜ ସୋରୋସ୍ ଅଛନ୍ତି, ଆମେରିକାର କିଛି ଏଜେନ୍ସି ଅଛି ଏବଂ ଅନ୍ୟ ପଟେ ଓସିସିଆରପି ନାମକ ଏକ ବଡ଼ ଅନ୍ତର୍ଜାତୀୟ ଗଣମାଧ୍ୟମ ପୋର୍ଟାଲ୍ ଅଛି। ଏହାର ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛନ୍ତି ରାହୁଲ ଗାନ୍ଧୀ। ସବୁଠାରୁ ବଡ଼ ଦେଶଦ୍ରୋହୀ। ମୁଁ ଏହି ଶବ୍ଦ କହିବାକୁ ଭୟ କରେ ନାହିଁ। ଲୋକସଭାର ବିରୋଧୀ ଦଳର ନେତାଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ମୋର କୌଣସି ଦ୍ୱିଧା ନାହିଁ ବୋଲି ସମ୍ବିତ ପାତ୍ର କହିଛନ୍ତି।
ବିଜେପି ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଭାରତ ବିରୋଧୀ ଏବଂ ଯେଉଁମାନେ ଭାରତକୁ ଘୃଣା କରନ୍ତି ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି। ଯଦି ଓସିସିଆରପି ପ୍ରଭାବିତ ହୁଏ ତେବେ ରାହୁଲ ଗାନ୍ଧୀଙ୍କୁ କଷ୍ଟ ହୁଏ। ଯଦି ରାହୁଲ ଗାନ୍ଧୀଙ୍କୁ କଷ୍ଟ ହୁଏ, ତେବେ ଓସିସିଆରପି ଆଘାତ ପାଇଥାଏ। ସେହିଭଳି ଜର୍ଜ ସୋରୋସ୍ ଏବଂ ରାହୁଲ ଗାନ୍ଧୀ ଦୁଇଟି ଶରୀର କିନ୍ତୁ ଗୋଟିଏ ଆତ୍ମା। ଯେତେବେଳେ ବି ସୋରୋସ୍ ତାଙ୍କର ଭାରତ ବିରୋଧୀ ଏଜେଣ୍ଡା ପୂରଣ କରିବାକୁ ଚାହାଁନ୍ତି, ରାହୁଲ ଗାନ୍ଧୀ ତାହା କରନ୍ତି। ଉଭୟ ଦେଶର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି।
ପ୍ରକାଶ ଥାଉ, ଏହାପୂର୍ବରୁ ମଧ୍ୟ ବିଜେପି ଜର୍ଜ ସୋରୋସଙ୍କୁ ଅନେକ ଥର କଂଗ୍ରେସ ସହ ଯୋଡିଛି। ଜର୍ଜ ସୋରୋସ ହେଉଛନ୍ତି ଆମେରିକାର ଜଣେ କୋଟିପତି ବ୍ୟବସାୟୀ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା। ତେବେ ଗୁରୁବାର ସଂସଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ସାଂସଦମାନେ ଆଦାନୀ ପ୍ରସଙ୍ଗରେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦମାନେ ‘ମୋଦି ଆଦାନୀ ଏକ’ ସ୍ଲୋଗାନ ଲେଖାଥିବା ଜ୍ୟାକେଟ୍ ପିନ୍ଧିଥିଲେ।

ad-week
Leave A Reply

Your email address will not be published.