ଶିମିଳିପାଳ କୋର ଏରିଆରେ ବନ୍ଧୁକ ଧରି ବୁଲୁଥିଲେ; ବାନ୍ଧିଲା ବନ ବିଭାଗ

add-all

ବାରିପଦା : ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଦୁଇ ଜଣଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଓ ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ବନ ବିଭାଗ।
ଶିମିଳିପାଳର କୋର ଏରିଆରେ ୨ ଶିକାରୀ ବନ୍ଧୁକ ଧରି ବୁଲୁଥିଲେ। ଏହା ଟ୍ରାପ କ୍ୟାମେରାରେ ଶିକାରୀ ଦ୍ୱୟଙ୍କର ଫଟୋ ଉଠିଥିଲା। ଏହି ଫଟୋକୁ ଭିତ୍ତି କରି ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଦୁଇ ଜଣଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ, ବାରୁଦ ସହ ଶିକାର ପାଇଁ ବ୍ୟବହୁତ ସାମଗ୍ରୀ ଜବତ କରିଛି। ଏମାନଙ୍କ ନାଁରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ବନ୍ଧୁକ ରଖିଥିବାରୁ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ହେବ ବୋଲି ଦକ୍ଷିଣ ଶିମିଳିପାଳର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.